ପଞ୍ଚସଖା ନଗର ଡ୍ରେନରୁ ମିଳିଲା ଛାତ୍ରଙ୍କ ମୃତଦେହ

ପଞ୍ଚସଖା ନଗର ଡ୍ରେନରୁ ମିଳିଲା ଛାତ୍ରଙ୍କ ମୃତଦେହ


ମେଟ୍ରୋ ଟିଭି ବ୍ୟୁରୋ, ୨୦/୯: ରାଜଧାନୀ ଶତାଦ୍ଧୀ ନଗର ଡ୍ରେନରୁ ଛାତ୍ର ନିଖୋଜ ଘଟଣା । ୧୮ ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ର ଜ୍ୟୋତିଙ୍କ ମୃତଦେହ । ଅଗ୍ନିଶମ ବାହିନୀର ଅକ୍ଳାନ୍ତ ପରିଶ୍ରମ ପରେ ଭୁବନେଶ୍ୱର ପଞ୍ଚସଖା ନଗର ଡ୍ରେନରୁ ଠାବ ହୋଇଛି ଜ୍ୟୋତିଙ୍କ ମୃତଦେହ । ସୂଚନାଯୋଗ୍ୟ ଯେ, ରବିବାର ଦିନ ଅପରାହ୍ନ ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା ଅପରାହ୍ନ ପ୍ରାୟ ୨ଟା ବେଳେ ଘରୁ ବାହାରି ସଂସ୍କୃତ ଟ୍ୟୁସନ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥଲେ । ବର୍ଷା ଛାଡି ସାରିଥିଲେ ବି ରାସ୍ତା ବୁଡି ଯାଇଥିବାରୁ ମା ଟ୍ୟୁସନ ଯିବାକୁ ବାରଣ କରିଥିଲେ । କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେ ସାଙ୍ଗେ ଫେରିଆସିବେ କହି ରାଜା ସାଇକେଲ ଧରି ଘରୁ ବାହାରିଯାଇଥିଲେ । ମାତ୍ର ବାଟରେ ଯେ ମୁକୁଳା ଡ୍ରେନ ମୃତ୍ୟୁର କାରଣ ପାଲଟିବ ତାହା କେହ ବିି ଜାଣିନଥିଲେ । ପ୍ରବଳ ବର୍ଷା ଯୋଗୁ ଡ୍ରେନ ଓ ରାସ୍ତା କୃତ୍ରିମ ବନ୍ୟା ଯୋଗୁ ବୁଡି ଏକାକାର ହୋଇଯାଇଥିଲା ।
ଏହାପରଠାରୁ ତାଙ୍କର ଆଉ କୌଣସି ପତ୍ତା ମିଳିନଥିଲା । ୧୮ଘଣ୍ଟା ଧରି ଅଗ୍ନିଶମ ବାହିନୀର ଅକ୍ଳାନ୍ତ ପରିଶ୍ରମ ପରେ ବି ଜ୍ୟୋତିଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଆଜି ସକାଳ ସମୟରେ ଭୁବନେଶ୍ୱର ପଞ୍ଚସଖା ନଗରରେ ଥିବା ଏକ ନାଳ ନିକଟରେ ଜ୍ୟୋତିଙ୍କ ମୃତଦେହ ଠାବ ହୋଇଥିଲା । ୧୮ ଘଣ୍ଟା ଧରି ପାଣିରେ ବୁଡି ରହିବା ଫଳରେ ଜ୍ୟୋତିଙ୍କ ମୃତଦେହ ଫୁଲିଯାଇଛି ।

Leave a Reply

%d bloggers like this: