ସିଦ୍ଧାର୍ଥ ଶୁକ୍ଲାଙ୍କ ‘ହମସକଲ’କୁ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ସିଦ୍ଧାର୍ଥ ଶୁକ୍ଲାଙ୍କ ହମସକଲକୁ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ


ମେଟ୍ରୋ ଟିଭି ବ୍ୟୁରୋ, ୧୯/୯: ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁର କିଛି ଦିନ ପରେ ତାଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ବ୍ୟକ୍ତିଙ୍କର ନାମ ଚନ୍ଦନ ଏବଂ ସେ ନିଜକୁ ‘ଜୁନିଅର ସିଦ୍ଧାର୍ଥ ଶୁକ୍ଲା’ ବୋଲି କହୁଛନ୍ତି । ୨ସେପ୍ଟେମ୍ବରରେ ହୃଦଘାତରେ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଶୁଣି ତାଙ୍କ ଫ୍ୟାନ୍ସ ମାନେ ଚକିତ ହୋଇଯାଇଥିଲେ । ତାଙ୍କ ପରିବାର ଏବଂ ବନ୍ଧୁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମାନିବାକୁ ଅସମର୍ଥ ଯେ, ସେ ଆଉ ଏ ଦୁନିଆରେ ନାହାନ୍ତି ।
ଏହି ସମୟରେ ସିଦ୍ଧାର୍ଥଙ୍କ ‘ହମସକଲ’ର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଙ୍କର ଅଙ୍ଗଭଙ୍ଗୀ ସମ୍ପୂର୍ଣ୍ଣ ଭାବେ ସିଦ୍ଧାର୍ଥ ଶୁକ୍ଲାଙ୍କ ପରି ଦେଖାଯାଉଛି । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ନିଜକୁ ‘ଜୁନିଅର ସିଦ୍ଧାର୍ଥ ଶୁକ୍ଲା’ ବୋଲି କହିଛନ୍ତି । ଏହାକୁ ଦେଖି ସିଦ୍ଧାର୍ଥଙ୍କ ଫ୍ୟାନ୍ସମାନେ ମନ୍ତବ୍ୟ ଦେଇଛନ୍ତି ଯେ, ସେ ସମ୍ପୂର୍ଣ୍ଣ ରୂପେ ସିଦ୍ଧାର୍ଥଙ୍କ କପି । ସୂଚନା ମିଳିଛି ଯେ, ଚନ୍ଦନ ସୋସିଆଲ ମିଡିଆରେ ବହୁତ ପପୁଲାର । ଇନଷ୍ଟାଗ୍ରାମରେ ତାଙ୍କର ୧୦.୨ଳ ଫଲୋଅର୍ଶ ରହିଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି ।

Leave a Reply

%d bloggers like this: