ରହସ୍ୟମୟ ଆଇଲ୍ୟାଣ୍ଡ

ରହସ୍ୟମୟ ଆଇଲ୍ୟାଣ୍ଡ


ମେଟ୍ରୋ ଟିଭି ବ୍ୟୁରୋ, ୧୯/୯: ଦୁନିଆରେ ଏପରି ଅନେକ ସ୍ଥାନ ରହିଛି ଯାହାକି ରହସ୍ୟପୂର୍ଣ୍ଣ । ଏହି ସ୍ଥାନଗୁଡିକର କଣ ରହସ୍ୟ ରହିଛି ବିଜ୍ଞାନ ଆଜି ବି ତାର ଉତ୍ତର ଦେଇପାରିନାହିଁ । ଦୁନିଆରେ ଏମିତି ଏକ ଆଇଲ୍ୟାଣ୍ଡ ଅଛି, ଯେଉଁଠି ଚାରିଆଡେ ଖାଲି ଶବ ହିଁ ଶବ ଦେଖାଯାଏ । ଯେଉଁଠି ବି ନଜର ବୁଲାଇବେ ନର, କଙ୍କାଳ ନଜର ଆସିବ । ସୂଚନା ଅନୁଯାୟୀ, ଏହା ଇଂଲଣ୍ଡର ମେଡେଓ ନଦୀ ମଝିରେ ଅବସ୍ଥିତ । ଜାଗାଟିର ନାମ ଡେଡମ୍ୟାନ ଆଇଲ୍ୟାଣ୍ଡ । ଏଠାରେ ମୃତଦେହ ଦେଖିବାକୁ ମିଳୁଥିବାରୁ ଜାଗାର ନାଁ ଏପରି ରଖାଯାଇଛି ।
ପାଖାପାଖି ୨୦୦ ବର୍ଷ ପୂର୍ବେ ଏହି ଆଇଲ୍ୟାଣ୍ଡରେ ଲୋକଙ୍କୁ ପୋତି ଦିଆଯାଇଥିଲା । ସେମାନଙ୍କ ମୃତ୍ୟୁ ଶିପ୍‌ରେ ତିଆରି ହୋଇଥିବା ଏକ ଜେଲରେ ଯାତ୍ରା କ଼ରୁଥିବା ସମୟରେ ହୋଇଥିଲା । ଯେତେବେଳେ ପାଣି କମ ହେଲା ତ ଶତାଧିକ ସଂଖ୍ୟାରେ ନର କଙ୍କାଳ କବରରୁ ବାହାରି ଆସିଥିଲେ । ଏହି ରହସ୍ୟମୟ ଆଇଲ୍ୟାଣ୍ଡରେ ବହୁତ୍ କମ ଲୋକ ଯାଇଛନ୍ତି । ଏହାକୁ ଦେଖିଲେ ଲାଗିବ କି ଏହା ଅସଲ ସତ ସ୍ଥାନ ନୁହେ କିନ୍ତୁ ଏହା ସତ । କେତେକ ସ୍ଥାନରେ କାଠରେ ତିଆରି କଫିନ ବି ମିଳିଥିଲା, ଯେଉଁଥିରେ ଶବକୁ ରଖି ପୋତା ଯାଇଥିଲା । ଏଠାରେ ଅନେକ ହାଡ କଙ୍କାଳ ବ୍ୟତୀତ ମଣିଷ ଦାନ୍ତ ମଧ୍ୟ ମିଳିଥିଲା । ନିକଟରେ କିଛି ବୈଜ୍ଞାନିକଙ୍କୁ ଡେଡମ୍ୟାନ ଆଇଲ୍ୟାଣ୍ଡକୁ ଯିବାକୁ ଅନୁମତି ଦିଆଯାଇଛି । ସାଧାରଣ ଲୋକଙ୍କର ସେଠାକୁ ଯିବା ଉପରେ ପ୍ରତିବନ୍ଧକ ରହିଛି ।

Leave a Reply

%d bloggers like this: