ଫୁଟୁଥିବା ପାଣିରେ ବସି ଧ୍ୟାନ ଲଗାଉଛି ଛୋଟ ପିଲା

ଫୁଟୁଥିବା ପାଣିରେ ବସି ଧ୍ୟାନ ଲଗାଉଛି ଛୋଟ ପିଲା


ମେଟ୍ରୋ ଟିଭି ବ୍ୟୁରୋ, ୧୯/୯: ସୋସିଆଲ ମିଡିଆରେ କେତେବେଳେ କଣ ଭାଇରାଲ ହୋଇଯାଏ, ତାହା କେହି କହିପାରିବେ ନାହିଁ । ବେଳେ ବେଳେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ମଣିଷ ଆଶ୍ଚର୍ଯ୍ୟ ହୋଇଯାଏ । ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି । ଶରୀରର କୌଣସି ଅଂଶରେ ଯଦି ଗରମ ଚା, କ୍ଷୀର ବା ପାଣି ପଡିଯାଏ , ତେବେ ଜୀବନ ଚାଲିଗଲା ପରି ଲାଗେ । ସୋସିଆଲ ମିଡିଆରେ ଜଣେ ଛୋଟ ଛୁଆର ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ କାହାର ବି ଲୋମ ଟାଙ୍କୁରି ଉଠିବ ।
ଇଣ୍ଟରନେଟରେ ଏହି ଭିଡିଓ ଦେଖି ସମସ୍ତେ ଭୟଭୀତ ଓ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଟ୍ୱିଟରରେ ଏହି ଭିଡିଓକୁ ୟୁଜର ସେୟାର କରିଛନ୍ତି । ଭିଡିଓ ସହ କ୍ୟାପସନରେ ଲେଖିଛନ୍ତି, ଏହା ହେଉଛି ୨୦୨୧ର ଭାରତ । ଏହି ଭିଡିଓ କେବେ ରେକର୍ଡ କରାଯାଇଛି ଏବଂ କେଉଁ ସ୍ଥାନର କିଛି ଜଣାଇନାହାନ୍ତି । ସୋସିଆଲ ମିଡିଆରେ ଉକ୍ତ ଭିଡିଓକୁ ଏବଏ ସୁଧା ୧ଲକ୍ଷରୁ ଅଧିକ ଥର ଦେଖା ସରିଛି । ଭାଇରାଲ ହେଉଥିବା ଏହି ଭିଡିଓରେ, ଜଣେ ପିଲା ଫୁଟୁଥିବା ଗରମ ପାଣିରେ ଧ୍ୟାନ ଲଗେଇ ବସିଛନ୍ତି ଏବଂ ହାତ ଯୋଡିଛନ୍ତି । କେଢଇର ବାକି ଅଂଶ ଫୁଲରେ ଢାଙ୍କି ହୋଇଛି । ଆଖପାଖରେ ଲୋକଙ୍କର ଭିଡ ଜମିଛି ଏବଂ ଲୋକ ଆଶ୍ଚର୍ଯ୍ୟ ହୋଇ ପିଲାକୁ ଦେଖୁଛନ୍ତି ।

Leave a Reply

%d bloggers like this: