ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ।

ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ।


ମେଟ୍ରୋ ଟିଭି ବ୍ୟୁରୋ , ୧୮/୯ ; ହୀରାକୁଦ ଜଳଭଣ୍ଡାରରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଡ୍ୟାମରେ ଦ୍ରୁତ ଗତିରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଜଳଭଣ୍ଡାରରେ ସର୍ବୋଚ୍ଚ ୬୩୦ ଫୁଟ ଜଳ ଧାରଣ କ୍ଷମତା ରହିଥିବା ବେଳେ ମାତ୍ର ଏବେ ୬୨୮.୮୧ ଫୁଟ ଜଳ ଅଛି । ଜଳସ୍ତର ବଢିବା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ତଳ ମୁଣ୍ଡରେ ଥିବା ସମ୍ବଲପୁର ସହରରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜୟଶ୍ରୀ ପାଢୀ କହିଛନ୍ତି , ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ହୀରାକୁଦ ଜଳଭଣ୍ଡାରର ୨୫ରୁ ଉର୍ଦ୍ଧ୍ୱ ଗେଟ୍ ଖୋଲାଯାଇଥିବା ବେଳେ ଏଭଳି ଅନବରତ ବର୍ଷା ଲାଗି ରହିଲେ ବର୍ଷାଜଳ ମହାନଦୀ ଗର୍ଭକୁ ନିଷ୍କାସିତ କରାଯାଉଛି ।
ସୂଚନାଯୋଗ୍ୟ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୨ଟି ଅସ୍ଥାୟୀ ରିଲିଫ୍ କେନ୍ଦ୍ର ଓ ୨ଟି ମଲ୍ଟି ପରପଜ ଫ୍ଲଡ ସେଣ୍ଟର ପ୍ରସ୍ତୁତ କରି ରଖାଯାଇଛି । ଲୋଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ରିଲିଫ କାର୍ଯ୍ୟ ପାଇଁ ୩ଟି ଏନଜିଓ ଦଳକୁ ନିୟୋଜିତ କରାଯାଇଛି ।

Leave a Reply

%d bloggers like this: