ଷଷ୍ଠ ଶ୍ରେଣୀର ଦୁଇ ପିଲାଙ୍କ ବ୍ୟାଙ୍କ ଖାତାରେ ୯୦୦ କୋଟି

ଷଷ୍ଠ ଶ୍ରେଣୀର ଦୁଇ ପିଲାଙ୍କ ବ୍ୟାଙ୍କ ଖାତାରେ ୯୦୦ କୋଟି


ମେଟ୍ରୋ ଟିଭି ବ୍ୟୁରେi,୧୮/୯ ; ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଦୁଇ ପିଲାଙ୍କ ବ୍ୟାଙ୍କ ଖାତାରେ ୯୦୦ କୋଟିରୁ ଅଧିକ ଟଙ୍କା ହେବା ଘଟଣାକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ବିହାର କଟିହାର ଜିଲ୍ଲା ବାଗୁରା ପଞାୟତ ପସତିଆ ଗ୍ରାମରେ ଆଶିଷ କୁମାର ଓ ଗୁରୁଚରଣ ବିଶ୍ୱାସ । ଆଶିଷଙ୍କ ଖାତାରେ ୯୦୦ କୋଟି ଟଙ୍କା ଜମା ଥିବାବେଳେ ଗୁରୁଚରଣଙ୍କ ଖାତାରେ ୬୨କୋଟି ଟଙ୍କା ଜମା ହୋଇଛି । ସରକାରୀ ବିଦ୍ୟାଳୟରେ ପଢୁଥିବା ଏହି ଦୁଇ ଛାତ୍ର ପୋଷାକ ଓ ଜୋତା ବାବଦ ଅର୍ଥ ଲାଗି ଗ୍ରାମୀଣ ବ୍ୟାଙ୍କରେ ଜମାଖାତା ଖୋଲିଥିଲେ । ରାଜ୍ୟ ସରକାରଙ୍କ ତ୍ରୁଟି କ୍ରମେ ପୋଷାକ ବାବଦକୁ ଏହି ଟଙ୍କା ଜମା ଥିବାର ଜଣାପଡିଛିା ଏ ସମ୍ପର୍କରେ ଏସବିଆଇ କେନ୍ଦ୍ରୀୟ ପରିଚାଳନା କେନ୍ଦ୍ରର ପରିଚାଳକ ମନୋଜ ଗୁପ୍ତା ଜାଣିବା ପରେ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି । କଟିହାର ଜିଲ୍ଲାପାଳ ଉଦୟନ ମିଶ୍ରଙ୍କ ଅନୁଧାନ ପରେ ଏହି ସମସ୍ୟାକୁ ସମାଧାନ କରାଯାଇଛି ।
ସୂଚନା ଅନୁସାରେ, ଏହା ପୁର୍ବରୁ ଖଗାରିଆ ଜିଲ୍ଲାରେ ଏକ ଅନୁରୁପ ଘଟଣା ଘଟିଥିଲା । ରଞ୍ଜିତ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଖାତାରେ ୫.୫ ଲକ୍ଷ ଟଙ୍କା ଜମା ହୋଇଥିଲା । ବ୍ୟାଙ୍କ କତ୍ତୃପକ୍ଷଙ୍କ ଭୁଲ ହେତୁ ଏହି ଟଙ୍କା ଜମା ହୋଇଥିବାବେଳେ ସେ ଏହାକୁ ଫେରାଇବାକୁ ମନା କରିଥିଲେ । ସେଥିପାଇଁ ପୁଲିସ ତାଙ୍କୁ ଗିରଫ କରିଥିଲା ।

Leave a Reply

%d bloggers like this: