ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ ଇସ୍ତଫା ଦେବେ

ଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ ଇସ୍ତଫା ଦେବେ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ ଇସ୍ତଫା ଦେବେ
ମେଟ୍ରୋ ଟିଭି ବ୍ୟୁରୋ, ୧୮/୯: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂ ନିଜ ପଦରୁ ଇସ୍ତଫା ଦବା ପାଇଁ ଘୋଷଣା କରିଛନ୍ତି । ଅପରାହ୍ନ ୪ଟାରେ ଗଣମାଧ୍ୟମକୁ ସମ୍ବୋଦ୍ଧିତ କରିବାକୁ ସୂଚନା ଦେଇଛନ୍ତି । ନବନିଯୁକ୍ତ ପଞ୍ଜାବ ପିସିସି ସଭାପତି ନବଜ୍ୟୋତ ସିଂ ସିଧୁ ଓ ଅମରେନ୍ଦ୍ରଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ସିଧୁଙ୍କ ପରାମର୍ଶଦାତାଙ୍କୁ ନେଇ ଅମରେନ୍ଦ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସିଧୁ ସିଧାସଳଖ ଅମରେନ୍ଦ୍ରଙ୍କ କାର୍ଯ୍ୟରେ ହସ୍ତେକ୍ଷପ କରିବା ବିଷୟକୁ ଅମରେନ୍ଦ୍ର ବରଦାସ୍ତ କରୁନଥିଲେ । ସୋନିଆ ଗାନ୍ଧୀ ଓ ରାଲୁଲ ଗାନ୍ଧୀ ସିଧୁଙ୍କୁ ସବୁ କଥାରେ ସମର୍ଥନ କରିବା ନେଇ ପଞ୍ଜାବ କଂଗ୍ରେସରେ ଅସନ୍ତୋଷ ଲାଗି ରହିଥିଲା । କେବଳ ମୁଖ୍ୟମନ୍ତ୍ରୀ ପଦରୁ ନୁହେଁ, କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ବୋଲି ରାଜନୈତିକ ମହଲ ବିବେଚନା କରୁଛି ।

Leave a Reply

%d bloggers like this: