ବିମାନ ପାଲଟିଲା ବେଡରୁମ

ବିମାନ ପାଲଟିଲା ବେଡରୁମ


ମେଟ୍ରୋ ଟିଭି ବ୍ୟୁରୋ,୧୮/୯: ବିମାନରେ ରୋମାନ୍ସ କରୁଥିବା ବେଳେ ଟ୍ରୋଲ ହେଲେ ଦମ୍ପତି । ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓ । ରାନେୟାର ବିମାନରେ ହୋଇଥିବା ଏପରି ଏକ ଘଟଣା ସାମ୍ନାକୁ ଆସିଛି । ବିମାନର ଜଣେ ଯାତ୍ରୀ ଦମ୍ପତ୍ତିଙ୍କ ଭିଡିଓ ପ୍ରଥମେ ସେୟାର କରିଥିଲେ, ଯାହା ଟ୍ୱିଟରରେ ଭାଇରାଲ ହୋଇଛି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ୟକ୍ତି ଜଣକ ବିମାନର ସିଟରେ ବସିଛନ୍ତି ଏବଂ ତାଙ୍କ ପତ୍ନୀ ତାଙ୍କ ଗୋଡରେ ମୁଣ୍ଡ ରଖି ଶୋଇଛନ୍ତି । ଧିରେ ଧିରେ ସେମାନେ ସଂଯମତା ୍‌ହରାଇଛନ୍ତି । ଯାତ୍ରୀମାନଙ୍କ ଅନେକ ବାରଣ କରିବା ସେତ୍ତ୍ୱ ମଧ୍ୟ ସେମାନେ କିଛି ଶୁଣି ନଥିଲେ । ରାନେୟାର ନିୟମାନୁସାରେ, କୌଣସି ଯାତ୍ରୀ ବିମାନରେ ଆପତ୍ତିଜନକ କାମକଲେ ସେମାନଙ୍କୁ ବାହାର କରିଦିଆଯାଇଥାଏ । ଘଟଣା ବିଷୟରେ ଜାଣିବା ପରେ ବିମାନ କତ୍ତୃପକ୍ଷ କହିଥିଲେ ଯେ, ବିମାନରେ ଯାତ୍ରା କରୁଥିବା ବେଳେ କିଭଳି ଆଚରଣ କରିବା ଉଚିତ୍ ତାହା ଯାତ୍ରୀମାନେ ଜାଣିବା ଜରୁରୀ । ଅନ୍ୟ କୌଣସି ଯାତ୍ରୀ ଏଥିରେ ପ୍ରଭାବିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନରେ ଏଥିପାଇଁ ଦଣ୍ଡବିଧାନ ରହିଛି ।
ଭିଡିଓ ଭାଇରାଲ ହେବା ପରେ ଏହାକୁ ୧୦ ହଜାର ରୁ ଅଧିକ ୟୁଜର ଦେଖିସାରିଲେଣି ଏବଂ ୟୁଜର ଏଥିରେ ମଜାଳିଆ କମେଣ୍ଟ କରି କହିଛନ୍ତି ଯେ, ବିମାନରେ କେତେ ସୁବିଧା ମିଳୁଛି ।

Leave a Reply

%d bloggers like this: