ଜଣାଶୁଣା ବ୍ରିଟିଶ ଉଦ୍ଭାବକ ସିନେକ୍ଲୋୟରଙ୍କର କର୍କଟ ରୋଗରୁ ମୃତ୍ୟୁ

ଜଣାଶୁଣା ବ୍ରିଟିଶ ଉଦ୍ଭାବକ ସିନେକ୍ଲୋୟରଙ୍କର କର୍କଟ ରୋଗରୁ ମୃତ୍ୟୁ


ମେଟ୍ରୋ ଟିଭି ବ୍ୟୁରୋ,୧୮/୯: ଜଣାଶୁଣା ବ୍ରିଟିଶ୍ ଉଦ୍ଭାବକ ତଥା ଉଦ୍ୟୋଗୀ କ୍ଲିଭ୍ ସିନେକ୍ଲୋୟରଙ୍କ ୮୧ ବର୍ଷ ବୟସରେ କର୍କଟ ରୋଗରୁ ମୃତ୍ୟୁ ଘଟିଛି । ସିନେକ୍ଲୋୟର ସବୁ ବର୍ଗର ପିଲାଙ୍କୁ କମ୍ପ୍ୟୁଟର ଏବଂ ଖେଳ ପ୍ରତି ଆକର୍ଷିତ କରିଥିଲେ । ୧୯୮୦ ଦଶକରେ ସେ ସୁଲଭ ମୂଲ୍ୟରେ ଘରୋଇ କମ୍ପ୍ୟୁଟର ତିଆରି କରି ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁରେ ଏଲୋନ୍ ମସ୍କଙ୍କ ସମେତ ବିଶ୍ୱର ବିଭିନ୍ନ ସ୍ଥାନରୁ ଅନେକ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ତାଙ୍କ ଝିଅ ବେଲିଣ୍ଡା ସିନେକ୍ଲୋୟର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ, ତାଙ୍କ ପିତା ଏକ ସପ୍ତାହ ପୂର୍ବରୁ ନୂତନ ଉଦ୍ଭାବନ ଉପରେ କାର୍ଯ୍ୟ କରିଆସୁଥିଲେ ।

ସେ ଅଭିନବ ଏବଂ କଳ୍ପନାକାରୀ ଥିଲେ । ନୂତନ ଜିନିଷ ଉଦ୍ଭାବନ କରିବାକୁ ଉତ୍ସାହ ପ୍ରକାଶ କରୁଥିଲେ । ୧୯୪୦ ମସିହାରେ ଦକ୍ଷିଣ-ପଶ୍ଚିମ ଲଣ୍ଡନର ରିଚମଣ୍ଡର ବିଳାସପୂର୍ଣ୍ଣ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ସିନେକ୍ଲୋୟର । ୧୭ ବର୍ଷ ବୟସରେ ସ୍କୁଲ ଛାଡି ଟେକନିକ ସାମ୍ବାଦିକ ହୋଇଥିଲେ । ପରେ ସେ ଅନୁଭବ କଲେ ଯେ, ଯଦି ସେ ନିଜେ ଟେକ୍ନୋଲୋଜି ଉଦ୍ଭାବନ କରନ୍ତି ତେବେ ଏହା ବହୁତ ଭଲ ହେବ । ଏହି ଆଧାରରେ ୨୨ବର୍ଷ ବୟସରେ ସେ ରେଡୋନିକ୍ସ ନାମକ ଏକ କମ୍ପାନି ତିଆରି କରିଥିଲେ । ଏହି ସମୟ ମଧ୍ୟରେ ସେ ଦୁନିଆର ସବୁଠୁ ଛୋଟ ଟ୍ରାନଜିଷ୍ଟର ରେଡିଓ ମଧ୍ୟ ତିଆରି କରିଥିଲେ । ୧୯୭୩ରେ ସେ ଦୁନିଆର ପ୍ରଥମ ପକେଟ ଆକାରର କାଲକୁଲେଟର ଡିଜାଇନ କରି ନିଜର ପ୍ରକୃତ ପରିଚୟ ସୃଷ୍ଟି କରିଥିଲେ । ଏହାପରେ ସେ ସମଗ୍ର ବିଶ୍ୱରେ ଲୋକପ୍ରିୟ ହେଲେ ।

Leave a Reply

%d bloggers like this: