ଶିଳ୍ପୀ ସୁଦର୍ଶନଙ୍କ ନିଆରା ଶୁଭେଚ୍ଛା


ମେଟ୍ରୋଟିଭି ବ୍ୟୁରୋ,୧୭/୯- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ପୁôରୀ ବେଳାଭୁମିରେ ନିର୍ମିତ ହେଲା ବାଲୁକାକଳା । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ନିର୍ମାଣ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ୭୧ ବର୍ଷ ବୟସରେ ପାଦ ଥାପିଛନ୍ତି ନରେନ୍ଦ୍ର ମୋଦି । ତାଙ୍କ ଜନ୍ମଦିନ ଅବସରରେ ସୋଶିଆଲ୍ ମିଡିଆରେ ଛୁଟୁଛି ଶୁଭେଚ୍ଛାର ସୁଅ । ରଷ୍ଟ୍ରପତିଙ୍କଠୁ ଆରମ୍ଭ କରି ସାଧାରଣ ନାଗରିକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଜଣାଶୁଣା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ନିଜର କୌଶଳ ଦ୍ୱାରା ପୁରୀ ବେଳାଭୂମିରେ ବାଲୁକାକଳା ନିର୍ମାଣ କରି ପ୍ରଧାନମନ୍ତ୍ରୀଙ୍‌ୁ ଜଣାଇଲେ ଶୁଭେଚ୍ଛା । ଏହି ବାଲୁକାକଳାରେ ୨୦୩୫ଟି ଶଙ୍ଖ ଓ ଶାମୁକା ବ୍ୟବହାର କରାଯାଇଛି । ବାଲୁକାକଳାରେ ପ୍ରଧାନମନ୍ତ୍ରୀଙ୍କ ଛବି ରହିଛି ଏବଂ ଇଂରାଜୀରେ ‘ହାପି ବାର୍ଥଡେ’ ଲେଖାଯାଇଛି ।

Leave a Reply

%d bloggers like this: