ମହୁମାଛି ଆକ୍ରମଣରେ ଶିଶୁପୁତ୍ର ମୃତ , ମା ଆହତ

ମହୁମାଛି ଆକ୍ରମଣରେ ଶିଶୁପୁତ୍ର ମୃତ , ମା ଆହତ


ମେଟ୍ରୋଟିଭି ବ୍ୟୁରେ ,୧୭/୯ ; କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୁନିପାର ଗ୍ରାମ ଅଧୀନସ୍ଥ ମାଳବାଉଁସ ଗାଁରେ ଏକଅଭାବନୀୟ ଘଟଣା ଘଟିଛି । ମହୁମାଛି ଆକ୍ରମଣରେ ଏକ ୨ବର୍ଷର ଶିଶୁପୁତ୍ର ମୃତ ହୋଇଥିବା ବେଳେ ମା ଆହତ ହେଇଛି । ଗାଁର ମୁକୁଲି ମିଣିଆକାଙ୍କ ସ୍ତ୍ରୀ ସଇତା ଦିଶାରି ନିଜ ୨ ବର୍ଷର ପୁଅ ବରୁଣ ମିଣିଆକୁ ଧରି ଗତକାଲି ଚାଷ ଜମିରେ ଘାସ ବାହାର କରୁଥିଲେ । ପ୍ରାୟ ଦିନ ୨ ଟା ସମୟରେ ହଠାତ୍ କିଛି ମହୁମାଛି ଆସି ବରୁଣ ଉପରେ ଅତର୍କିତ କାମୁଡି ଥିଲେ ଦେହରେ ଲାଗିଥିବା ମହୁମାଛିକୁ ତାଙ୍କ ମା ସଇତା ବାହାର କରିବା ସମୟରେ ସେ ମଧ୍ୟ ଆହତ ହେଲେ ।
ଖବର ପାଇ ତାଙ୍କ ସ୍ୱାମୀ ଓ ଗ୍ରାମବାସୀ ମିଶି ଉଭୟଙ୍କୁ କାକିରିଗୁମ୍ମା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତ କରିଥିଲେ । କିନ୍ତୁ ସେଠାରେ ୨ବର୍ଷର ଶିଶୁର ମୃତ୍ୟୁ ହେଇଥିଲା । ଆହତ ସଇତା ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଆସନ୍ତାକାଲି ଶିଶୁର ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ । ଏକମାତ୍ର ଶିଶୁ ପୁତ୍ରକୁ ହରାଇ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି । ଗରିବ ଆଦିବାସୀ ପରିବାର ହୋଇଥିବାରୁ ସରକାର କିଛି ଆର୍ଥିକ ସାହାର୍ଯ୍ୟ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

%d bloggers like this: