ଭୁବନେଶ୍ୱରରେ ପହଞ୍ଚିଲା ସ୍ୱିଗି ଡେଲିଭରି ବୟ, ଧଉଳି ଥାନାରେ ହେବ ପଚରାଉଚରା


ମେଟ୍ରୋଟିଭି ବ୍ୟୁରୋ,୧୬/୯: ଅପହରଣର ନାଟକ ହେଲା ଶେଷ। ଭୁବନେଶ୍ୱରରେ ପହଞ୍ଚିଲା ସ୍ୱିଗି ଡେଲିଭରି ବୟ । ପତିତପାବନ ପୃଷ୍ଟି ଓରଫ ଚିକୁନ୍ ଓ ଯୁବତୀଙ୍କୁ ଉତ୍କଳ ଏକ୍ସପ୍ରେସରେ ଓଡ଼ିଶା ଆଣିଲା ଭୁବନେଶ୍ୱର କମିଶନରେଟ ପୋଲିସର ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ୍‌। ଦୁଇ ଜଣଙ୍କୁ ଧଉଳି ଥାନାକୁ ନିଆଯାଇ ପଚରାଉଚରା କରୁଛି ପୋଲିସ।
ଚିକୁନଙ୍କ ବାପା, ମାଆ, ଭାଇ ଓ ପତ୍ମୀ ଅହଲ୍ୟା ଧଉଳି ଥାନାରେ ପହଞ୍ଚିଛନ୍ତି। ପତ୍ନୀ ଅହଲ୍ୟାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିପାରେ। ସେମାନଙ୍କୁ ଓଡ଼ିଶା ବାହରକୁ ଖସିବାରେ ସହଯୋଗ କରିଥିବା ଯୁବତୀଙ୍କୁ ଗୋପ ଥାନାରେ ଅଟକ ରଖି ଜେରା କରାଯାଇଛି। ଅପହରଣର ନାଟକ ରଚିଥିଲା ନିଜେ ଡେଲିଭରୀ ବୟ । ବର୍ଷକ ତଳେ ପ୍ରେମ ବିବାହ କରିଥିବା ଚିକୁନ ଗୋପ ଅଞ୍ଚଳର ଜଣେ ପ୍ରେମିକା ସହ ଫେରାର ହୋଇଯାଇଥିଲେ । ହେଲେ ଟ୍ର୍ରେନର ରିଜରଭେସନ ଟିକେଟ ଯୋଗୁ ଧରା ପଡିଯାଇଥିଲେ ।
ଗତ ଶନିବାର ଭୁବନେଶ୍ୱରର ଲିଙ୍ଗିପୁରରୁ ସ୍ୱିଗି ଡେଲିଭରି ବୟର ଅପହରଣକୁ ନେଇ ଧଉଳି ଥାନାକୁ ଅଭିଯୋଗ ଆସିଥିଲା । ଅପହରଣ ସମ୍ପର୍କିତ ଘଟଣା ପତିତପାବନ ତାଙ୍କ ପତ୍ନୀଙ୍କୁ ଏକ ଭଏସ୍ ମେସେଜରେ ଜଣାଇଥିଲେ । ଦୟା ନଦୀ ବନ୍ଧ ଉପରୁ ତାଙ୍କ ବ୍ୟାଗ, ମନିପର୍ସ ଓ ଚପଲ ମିଳିଥିଲା। ଘଟଣାସ୍ଥଳରୁ ମିଳିଥିଲା ଏକ ନୂଆ ଛୁରୀ । ପତିତପାବନଙ୍କ ସବୁ ଚାଲ୍ ଫେଲ ମାରିଛି ।

Leave a Reply

%d bloggers like this: