ନୂଆ ମୋଡ ନେଲା ରାଜକୁନ୍ଦ୍ରାଙ୍କ ଅଡୁଆ


ମେଟ୍ରୋଟିଭି ବ୍ୟୁରୋ, ୧୬/୯: ବଲିଇଡର ଚର୍ଚ୍ଚିତ ବ୍ୟବସାୟୀ ରାଜ କୁନ୍ଦ୍ରା ଏବେ ଅଡୁଆରେ । ଅଶ୍ଲୀଳ ଭିଡିଓ ତିଆରି ମାମଲାରେ ଗିରଫ ହୋଇଥିବା ରାଜଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ। ସୂଚନାରୁ ଜଣାପଡିଛି ଯେ ପୁଲିସ ରାଜଙ୍କ ବିରୋଧରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଶିଳ୍ପା ସେଟ୍ଟୀ ଓ ଶର୍ଲିନ୍ ଚୋପ୍ରାଙ୍କ ସମେତ ୪୩ ଜଣ ଶାଖିଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଥିବାର ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍ ଏହି ଚାର୍ଜସିଟରେ ରାଜ କୁନ୍ଦ୍ରାଙ୍କ ବ୍ୟତୀତ ଆଉ ଦୁଇଟି ନାଁ ଯୋଗ କରିଛି। ଗୋଟିଏ ହେଉଛି ୟଶ ଠାକୁର ଓରଫ ଅରବିନ୍ଦ ଶ୍ରୀବାସ୍ତବ, ଯିଏ ରିପୋର୍ଟ ଅନୁଯାୟୀ ସିଙ୍ଗାପୁରରେ ରହୁଛନ୍ତି ଏବଂ ଅନ୍ୟଟି ହେଉଛି ରାଜ କୁନ୍ଦ୍ରାଙ୍କ ଭିଣୋଇ ପ୍ରଦୀପ ବକ୍ସି । ପ୍ରଦୀପ ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି ।
ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଜୁଲାଇ ୧୯ ତାରିଖରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମମ୍ବାଇ ୁପୁଲିସ ଗିରଫ କରିଥିଲା । ଅନେକ ଦିନରୁ ସେ ପୁଲିସ ହେପାଜତରେ ଅଛନ୍ତି । ରାଜଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ପୁଲିସ ଅନେକ ଫିଲ୍ମ ଅଭିନେତ୍ରୀଙ୍କୁ ପଚରାଉଚରା କରିଛି । କେବଳ ସେତିକି ନୁହେଁ, ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ମାଷ୍ଟରମାଇଣ୍ଟକୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ନିଜର ଚେଷ୍ଟା ଜାରି ରଖିଛି । ପୁଲିସ ଅନେକ ଶାଖିଙ୍କ ବୟାନ ରେକଡ ର୍କରିଛି। ରାଜ କୁନ୍ଦ୍ରାଙ୍କ ମୁମ୍ବାଇ ଅନ୍ଦେରୀ ଅଫିସରେ ପୁଲିସ ଚଢାଉ କରିବା ସମୟରେ ଅନେକ ଡିଭାଇସ୍ ଓ ଅଶ୍ଳୀଳ ଫିଲ୍ମ ସମ୍ବନ୍ଧିତ କ୍ଲିପ୍ ଜବତ କରିଛି । ଏହି ଆଧାରରେ ଆକ୍ସନ ନେଉଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ।

Leave a Reply

%d bloggers like this: