ଦୁଷ୍ମନ୍ତଙ୍କ ହତ୍ୟା ମାମଲା , ଜେରା ହେଲେ ଦୁଇ ସାମ୍ବାଦିକ

ଦୁଷ୍ମନ୍ତଙ୍କ ହତ୍ୟା ମାମଲା , ଜେରା ହେଲେ ଦୁଇ ସାମ୍ବାଦିକ


ମେଟ୍ରୋ ଟିଭି ବ୍ୟୁରୋ , ୧୬/୯; ଦୁଷ୍ମନ୍ତଙ୍କ ହତ୍ୟା ମାମଲାରେ ପୁଲିସ ଦୁଇ ସାମ୍ବାଦିକଙ୍କୁ ଜେରା କରିଛି । କଟକ ବଡ ଡାକ୍ତରଖାନାରେ ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁର ୨୪ ଘଣ୍ଟା ପୂର୍ବରୁ ତାଙ୍କ ସହ ଜଡିତ ଥିବା ସମସ୍ତଙ୍କୁ ମଙ୍ଗଳାବାଗ ପୁଲିସ ଜେରା କରିବ । ମୃତ୍ୟୁ ପୂର୍ବରୁ ଦୁଷ୍ମନ୍ତଙ୍କ ମାନସିକ ପରିସ୍ଥିତି କିଭଳି ଥିଲା ସେ କଣ ଓ କାହା ସହ କଥା ହେଇଥିଲେ ସେ ସମ୍ପକରେ ଜାଣିବାକୁ ଚାହିଁଛି ପୁଲିସ । ଆଜି ମଙ୍ଗଳାବାଗ ପୁଲିସ ୱେବ ଚ୍ୟାନେଲର ଦୁଇ ସାମ୍ବାଦିକ ସ୍ୱପ୍ନା ଟିଭିର ଅସିତ କୁମାର ରାଉତ ଏବଂ ଦାମୋଦର ସେଠୀ ଓରଫ ଦୀପ୍ତି ପ୍ରାୟ ୭ ଘଣ୍ଟା କାଳ ଜେରା କରାଯାଇଥିଲା ଓ ପରେ ପୃଥକ ଭାବେ ପଚରା ଯାଇଥିଲା । ଦୁଷ୍ମନ୍ତ ବଡ ଡାକ୍ତରଖାନାରୁ ଭୁବନେଶ୍ୱର ଯିବା ଓ ବଡ ମେଡିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥା ଓ ପରେ ମୃତ୍ୟୁ ସମୟରେ ଏହି ଦୁଇ ସାମ୍ବାଦିକଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ । ତେବେ ଦୁଷ୍ମନ୍ତଙ୍କୁ ନେବା ପଛରେ ଏମାନଙ୍କର କୌଣସି ସମ୍ପୃକ୍ତି ଅଛି କି ନାହିଁ ସେ ବିଷୟରେ ପୁଲିସ ପଚାରିଥିଲା । ତେବେ ଆସନ୍ତାକାଲି ପୁଣି ସେମାନଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଛି ।

ସୂଚନା ଅନୁସାରେ କଟକ ଏସିବି ମେଡିକାଲରେ ଚିକିତ୍ସାଧୀନ ଦୁଷ୍ମନ୍ତ ଗତ ବିଧାନସଭା ଅଧିବେସନରେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହେଇଥିଲା ।

Leave a Reply

%d bloggers like this: