ପାଠ ନପଢି ତିଆରି କଲେ ଫୋର୍ଡ ମଡେଲ ଗାଡି

ପାଠ ନପଢି ତିଆରି କଲେ ଫୋର୍ଡ ମଡେଲ ଗାଡି
ମେଟ୍ରୋ ଟିଭି ବ୍ୟୁରୋ,୧୪/୯; କିଛି କରି ଦେଖାଇବାର ଇଚ୍ଛା ଥିଲେ ମଣିଷ ଅସମ୍ଭବ କାର୍ଯ୍ୟ କୁ ବି ସମ୍ଭବ କରି ଦେଖାଇଥାଏ । ଏଥିପାଇଁ କୌଣସି ସ୍ୱତନ୍ତ୍ର ଶିକ୍ଷା କିମ୍ବା ପ୍ରଶିକ୍ଷଣର ଆବଶ୍ୟକ ଦରକାର ପଡିନଥାଏ। ଜଣେ ନିଜ ବୁଦ୍ଧି ବଳରେ ବି ସଫଳତା ପାଇପାରିବ; ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଜଣେ ଯୁବ ବ୍ୟବସାୟୀ । ଯାହାଙ୍କ ନା ସୁଶୀଲ ଅଗ୍ରୱାଲ। ଯିଏ ନିଜସ୍ୱ ଜ୍ଞାନ କୌଶଳରେ କରୋନା ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟକୁ ବେଶ୍ ସଦୁପଯୋଗ କରିଛନ୍ତି, ଆଉ ନିର୍ମାଣ କରିଛନ୍ତି ଏକ ୪ ଚକିଆ ଗାଡି। ତାହା ପୁଣି ଆମେରିକାର ଫୋର୍ଡ ମଡେଲର ଗାଡି । ଇଂଜିନିୟରିଂ ପାଠ ନପଢି ମଧ୍ୟ ଇଂଜିନିୟର ପରି କାମ କରି ଦେଖାଇଛନ୍ତି । ଆଜି ଜାତୀୟ ଇଞ୍ଜିନିୟର୍ସ ଦିବସ ହେତୁ ଏହି ଅବସରରେ ନିଜେ ତିଆରି କରିଥିବା ଗାଡିକୁ ନେଇ ବ୍ୟବସାୟୀ ସୁଶୀଲ ଅଗ୍ରୱାଲଙ୍କର ଏବେ ଚାରିଆଡେ ଚର୍ଚ୍ଚା।
ଅଳ୍ପ ଖର୍ଚ୍ଚରେ ଭଲ ଗାଡି ତିଆରି କରିଥିବାରୁ ବିଭିନ୍ନ ସ୍ଥାନରୁ ଲୋକେ ଗାଡି ଦେଖିବାକୁ ଆସୁଛନ୍ତି । ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ଏହି ଗାଡ଼ିରେ ପେଟ୍ରୋଲ, ମୋବିଲ, ତେଲ କିମ୍ବା ଗ୍ରିସ୍ କିଛି ଆବଶ୍ୟକତା ପଡ଼େ ନାହିଁ । ଏହା ସୂର‌୍ୟ୍ୟ କିରଣରେ ବ୍ୟାଟେରୀ ଚାର୍ଜ ହୋଇ ଚାଲିଥାଏ । ଥରେ ବ୍ୟାଟେରୀ ଚାର୍ଜ ହେଲେ ୩୫୦ କିଲୋମିଟର ଗାଡି ଯାଇପାରିବ ବୋଲି ପ୍ରକାଶ କରିଛନ୍ତି ସୁଶୀଲ । ଏହି ଗାଡ଼ିକୁ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଚଲାଇ ହେଉଛି ।

Leave a Reply

%d bloggers like this: