କଇଁଛ ଧରିବାକୁ ଯାଇ ବୁଡିଲା ବଂଶ, ଏକା ସାଙ୍ଗରେ ଗଲା ବାପ,ପୁଅ ଓ ଜ୍ୱାଇଁଙ୍କ ଜୀବନ

କଇଁଛ ଧରିବାକୁ ଯାଇ ବୁଡିଲା ବଂଶ, ଏକା ସାଙ୍ଗରେ ଗଲା ବାପ,ପୁଅଓ ଜ୍ୱାଇଁଙ୍କ ଜୀବନ
ମେଟ୍ରୋ ଟିଭି ବ୍ୟୁରୋ,୧୪/୯ କଇଁଛ ଧରିବାକୁ ଯାଇ ଏକ ପରିତ୍ୟକ୍ତ କୂଅ ଭିତରେ ଅଣନିଃଶ୍ୱାସୀ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା କୁହିବାହାଲ ଗାଁର ସାଧୁ କାଲସେ (୫୫ବର୍ଷ), ତାଙ୍କ ପୁଅ ଆଲୋକ କାଲସେ (୨୦ବର୍ଷ) ଏବଂ ଜ୍ୱାଇଁ ସୁଲେଇ ଗାଁର ନବୀନ ମଟାରୀ (୩୨ବର୍ଷ) । ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
କୁହିବାହଲ ନିକଟ ଆନନ୍ଦପୁରର ଏକ ପରିତ୍ୟକ୍ତ କୂଅରେ କଇଁଛ ଥିବା ସାଧୁ ଦେଖିବାକୁ ପାଇଥିଲେ । ମଙ୍ଗଳବାର ଦିନ ସେ କଇଁଛ ଧରିବାକୁ କୂଅକୁ ପଶିଥିଲା କିନ୍ତୁ ସେ ଆଉ ବାହାରକୁ ବାହାରି ପାରିନଥିଲେ । ଫଳରେ ପୁଅ ଆଲୋକ ଏବଂ ଜ୍ୱାଇଁ ନବୀନ ପୁଣି କୂଅ ଭିତରକୁ ପଶିଥିଲେ । ସେମାନେ ବି ବାହାରି ନଥିଲେ । କୌଣସିମତେ ଖବର ପାଇ କିଛି ଲୋକ ସେଠାରେ ପହଞ୍ଚି ଥିଲେ । ସେମାନଙ୍କ ମଧ୍ୟରୁ ଗୁପ୍ତେ କାଲସେ ଏହି ୩ ଜଣଙ୍କୁ ଉଦ୍ଧାର କରିବାକୁ କୂଅକୁ ପଶିଯାଇଥିଲେ । ମାତ୍ର ସେ ଅଣନିଃଶ୍ୱାସୀ ଅନୁଭବ କରିବାରୁ ପାଖରେ ଥିବା ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ଖବର ପାଇ ବିନିକା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସାଧୁ, ଆଲୋକ ଓ ନବୀନଙ୍କୁ କୂଅରୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ । ସେଠାରେଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ରାତି ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ । ବୁଧବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି । ରାମପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ ।ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଜଣାଯାଇଛି ।

Leave a Reply

%d bloggers like this: