ନୀରୋଜ ଚୋପ୍ରାଙ୍କ ପ୍ରଶିକ୍ଷକଙ୍କୁ ବରଖାସ୍ତ , ଏ.ଏଫ.ଆଇ ନେଲା କାର୍ଯ୍ୟନୁଷ୍ଠାନ

ନୀରୋଜ ଚୋପ୍ରାଙ୍କ ପ୍ରଶିକ୍ଷକଙ୍କୁ ବରଖାସ୍ତ , ଏ.ଏଫ.ଆଇ ନେଲା କାର୍ଯ୍ୟନୁଷ୍ଠାନ

ମେଟ୍ରୋ ଟିଭି ବ୍ୟୁରୋ/14.09.21:  ନିକଟରେ ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା  ଜାଭେଲିନ୍ ତାରକା ନୀରଜ ଚୋପ୍ରାଙ୍କ ପ୍ରଶିକ୍ଷକ ଉୱେ ହୋନଙ୍କୁ ବରଖାସ୍ତ କରିଛି ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫଆଇ) । ୨୦୧୭ ରେ ନିରୋଜଙ୍କ ପାଇଁ ନିଯୁକ୍ତ ହୋଇଥିବା ଜର୍ମାନର ଉୱେ ହୋନ୍ , ଯିଏ କି  ୧୦୦ ମିଟରରୁ ଅଧିକ ଜାଭେଲିନ୍ ଫିଙ୍ଗିଥିବା ଏକମାତ୍ର ଆଥଲେଟ୍ ଚୋପ୍ରାଙ୍କ କୋଚ୍ ଥିଲେ ।  ଏବଂ ୨୦୧୮ ରେ ଏସିଆନ୍ ଗେମ୍ସ ଏବଂ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ବ୍ୟତିତ ନିକଟରେ ଟୋକିଓ ଅଲିମ୍ପିକ୍ସ ପାଇଁ ଜାତୀୟ ଜାଭେଲିନ୍ ପ୍ରଶିକ୍ଷକ ଭାବରେ ଦାୟିତ୍ୱରେ ମଧ୍ୟ ରହିଥିଲେ।

ସୋମବାର ଦିନ, ଏଏଫଆଇ ସଭାପତି ଆଦିଲେ ସୁମାରିୱାଲା ଦୁଇ ଦିନିଆ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଆଥଲେଟ୍ ଏବଂ କୋଚ୍‌ଙ୍କ ପ୍ରଦର୍ଶନ ସମୀକ୍ଷା ପରେ କହିଛନ୍ତି ଯେ ହୋନ୍‌ଙ୍କୁ ତାଙ୍କ କାର୍ଯ୍ୟରୁ ବରଖାସ୍ତ କରାଦିଆଯାଇଛି । ତାଙ୍କର ପ୍ରଦର୍ଶନ ଭଲ ନୁହେଁ ତେଣୁ ଆମେ ଦୁଇ ନୂତନ ନିଯୁକ୍ତ କରିବୁ ।

ସୂଚନା ଅନୁଯାଇ – ଗତ ଜୁନ୍ ମାସରେ, ହୋନ୍, ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଏବଂ ଏଏଫଆଇ କୁ ସମାଲୋଚନା କରି କହିଥିଲେ ଯେ ଏହି ଲୋକଙ୍କ ସହ କାମ କରିବା କଷ୍ଟକର ଅଟେ ଏବଂ ଅଲିମ୍ପିକ୍ ପ୍ରସ୍ତୁତିକୁ ସମାଲୋଚନା କରିଥିଲେ । ଏହା ସହିତ ଏପ୍ରିଲ ମାସରେ ତାଙ୍କ ସହିତ ହୋଇଥିବା ଚୁକ୍ତିରେ ସେ ଖୁସି ନଥିବା ମଧ୍ୟ କହିଥିଲେ । ତେବେ ଗଣମାଧ୍ୟମରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଏବଂ ଏଏଫଆଇ କୁ ସମାଲୋଚନା କରିଥିବାରୁ ତାଙ୍କୁ ବରଖାସ୍ତ କରାଯାଇଛି ବୋଲି ଆଲୋଚନା ହେଉଛି ।

Leave a Reply

%d bloggers like this: