ପର୍ଦ୍ଦାଫାସ ହେବ କି ଡେଲବରୀ ବୟର ଡେଥ୍ ଡ୍ରାମା?

ପର୍ଦ୍ଦାଫାସ ହେବ କି ଡେଲବରୀ ବୟର ଡେଥ୍ ଡ୍ରାମା?

ମଧ୍ୟପ୍ରଦେଶରୁ ଠାବ ହେଲେ ପତିତପାବନ

ମେଟ୍ରୋ ଟିଭି ବ୍ୟୁରୋ/14.09.21: ବିବାହିତ କରି ପ୍ରମିକା ସହ ଚମ୍ପଟ ମାରିଥିଲା ଡେଲବରୀ ବୟ ପତିତପାବନ । ମଧ୍ୟପ୍ରଦେଶ ଠାରେ ରେଲଓ୍ବେ ପୋଲିସ ଦ୍ବାରା ଅଟକ ହେଲେ ପତିତପାବନ ଓ ଜଣେ ଯୁବତୀ । ଧଉଳି ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ଡେଲିଭରି ବୟ ପତିତପାବନ ପୃଷ୍ଟି ଅପହରଣ ଘଟଣା ଯୋଡ଼ି ହୋଇଛି ରୋଚକ ତଥ୍ୟ । ଯୁବକଙ୍କୁ କେହି ଅପହରଣ କରି ନାହାନ୍ତି ବରଂ ଗୋପ ଅଞ୍ଚଳରୁ ଜଣେ ଯୁବତୀଙ୍କ ସହ ଫେରାର୍ ହୋଇ କିଡ୍‌ନାପ ନାଟକ ରଚିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଗୋପ ଥାନାରେ ବେଦପୁର ଗାଁର ଜଣେ ଯୁବତୀଙ୍କୁ ଅପହରଣ କରିଥିବା ନେଇ ପରିବାର ଲୋକ ଡେଲିଭରି ବୟ ପତିତପାବନଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପତିତପାବନଙ୍କ ମୋବାଇଲ ଫୋନ କଲ ଭିନ୍ନ କଥା କହୁଥିବା ପୋଲିସ କହିଛି ।

ଡେଥ୍ ପ୍ଲାନ କରିଥିବା ପତିତପାବନକୁ ମଧ୍ୟପ୍ରଦେଶରୁ ଠାବ କରିଛି ଧଉଳି ଥାନା ପୋଲିସ । ରେଲୱେ ପୋଲିସ  ସହାୟତାରେ ଜଣେ ଯୁବତୀଙ୍କ ସହିତ ଡ଼େଲିଭରୀ ବୟ ଅଟକ ରଖିବାରେ ସଫଳ ହୋଇଛି ଧଉଳି ଥାନା ପୋଲିସ । ତେବେ ପତିତପାବନକୁ ମଧ୍ୟପ୍ରଦେଶରୁ ଆଣିବା ପାଇଁ ଭୁବନେଶ୍ବରରୁ ଏକ ଟିମ୍ ଯିବ ବୋଲି ଜଣାପଡିଛି । ଠାବଙ୍କୁ ଭୁବନେଶ୍ବର ଆଣିବା ପରେ ଅପହରଣ ଘଟଣା ଗୁମର ଫିଟିବ ବୋଲି ଭୁବନେଶ୍ବର ଡ଼ିସିପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ଯୁବକଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଥିଲା । ଏନେଇ ଯୁବକଙ୍କ ପରିବାରକୁ ଏକ ଭଏସ୍ ମେସେଜ୍‌ରେ ଏହି ସୂଚନା ଦେଇଥିଲେ। ଦୟାନଦୀ ରାସ୍ତାରେ ଅପହୃତ ଯୁବକଙ୍କ ଗଞ୍ଜି, ବ୍ୟାଗ୍ ଓ ଚପଲ ମାଟିରେ ଅଧା ପୋତା ହୋଇ ରହିଥିବା ବେଳେ ଛୁରୀ ଜବତ କରିଥିଲା ପୋଲିସ ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ।

Leave a Reply

%d bloggers like this: