ଅଭିନେତ୍ରୀ କଙ୍ଗନା ରନୌତଙ୍କ ନାମରେ ହୋଇପାରେ ୱାରେଣ୍ଟ ଜାରି

ଅଭିନେତ୍ରୀ କଙ୍ଗନା ରନୌତଙ୍କ ନାମରେ ହୋଇପାରେ ୱାରେଣ୍ଟ ଜାରି!

ମେଟ୍ରୋ ଟିଭି ବ୍ୟୁରୋ/14.09.21:  ପୂର୍ବରୁ ଅଭିନେତ୍ରୀ କଙ୍ଗନା ରନୌତଙ୍କ ଅନେକ ବିବାଦ ନେଇ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୁଣି କୋର୍ଟ ବାଡକୁ ଆଡକୁ ଘାଣ୍ଟି ହୋଇଛନ୍ତି । ଗୀତିକାର ଜାଭେଦ୍ ଅଖତରଙ୍କ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ମାନହାନି ମକଦ୍ଦମାରେ ଅଭିନେତା କଙ୍ଗନା ରନୌତଙ୍କ ଆବେଦନକୁ ଆଜି ମୁମ୍ବାଇ କୋର୍ଟ ଅନୁମତି ଦେଇଛନ୍ତି । ତେବେ ଏହି ମାମଲାରେ କଙ୍ଗନା ଅନୁପସ୍ଥିତି ରହିଥିଲେ । ଅନ୍ୟପଟେ ସେପ୍ଟେମ୍ବରରେ ପରବର୍ତ୍ତୀ ଶୁଣାଣିରେ ହାଜର ନହେଲେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯିବ ବୋଲି କହିଛନ୍ତି। 

ଏହି ମାମଲାର ଶୁଣାଣି ପାଇଁ ଆସିଥିବା ବେଳେ କଙ୍ଗନା ରାନାୱତଙ୍କ ଓକିଲ ଏକ ଡାକ୍ତରୀ ପ୍ରମାଣପତ୍ର ଦାଖଲ କରି ଦାବି କରିଛନ୍ତି ଯେ ସେ ଭଲ ନ ଥିବାରୁ ସେ ଆଜି ହାଜର ହୋଇପାରିବେ ନାହିଁ ତେଣୁ ତାଙ୍କୁ ଆଜି ପାଇଁ ରିହାତି ପ୍ରଦାନ କରଯାଉ । ତେବେ ଏହାର ବିରୋଧ କରି ମାମଲାକୁ ଗଡାଇବା ପାଇଁ ସେ ଏହା ଜାଣିଜାଣି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ପରେ କୋର୍ଟ କଙ୍ଗନାଙ୍କୁ ସେପ୍ଟେମ୍ବର ୨୦ ତାରିଖରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି । 

୭୬ ବର୍ଷିୟ ଜାଭେଦ ଅଖତର ଗତ ବର୍ଷ ନଭେମ୍ବରରେ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏକ ଅଭିଯୋଗ ଦାଖଲ କରି କହିଥିଲେ ଯେ କଙ୍ଗନା ରାନାୱତ ତାଙ୍କ ବିରୋଧରେ ଏକ ଟେଲିଭିଜନ ସାକ୍ଷାତକାରରେ ତାଙ୍କ ନାମରେ ବଦନାମ କରିବା ଭଳି ମନ୍ତବ୍ୟ ଦେଇଛନ୍ତି ଯାହା ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି।

Leave a Reply

%d bloggers like this: