ରାଜ୍ୟ କୋଭିଡ ସର୍ଭେରେ କରୋନା ରୋଗୀ ଅପେକ୍ଷା, ବହୁ କୁଷ୍ଠ ଓ ଯଷ୍ମା ରୋଗୀ ଚିହ୍ନଟ!

ରାଜ୍ୟ କୋଭିଡ ସର୍ଭେରେ କରୋନା ରୋଗୀ ଅପେକ୍ଷା,ବହୁ କୁଷ୍ଠ ଓ ଯଷ୍ମା ରୋଗୀ ଚିହ୍ନଟ!

ରାଜ୍ୟ କୋଭିଡ ସର୍ଭେରେ କରୋନା ରୋଗୀ ଅପେକ୍ଷା,ବହୁ କୁଷ୍ଠ ଓ ଯଷ୍ମା ରୋଗୀ ଚିହ୍ନଟ!

ମେଟ୍ରୋ ଟିଭି ବ୍ୟୁରୋ/11.09.21: ରାଜ୍ୟରେ କରୋନା ସଂକ୍ରମିତକୁ ଆୟତକୁ  ଆଣିବା ପାଇଁ ସରକାର ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟ ସରକାର ଘରକୁ ଘର ବୁଲି ସର୍ଭେ ପାଇଁ ଘୋଷଣା କରିଥିଲେ। ଯାହାଫଳରେ କୋଭିଡ‌୍ ଲକ୍ଷଣ ଥିବା ରୋଗୀଙ୍କୁ ଆଗୁଆ ଚିହ୍ନଟ ସହିତ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିବ। ମେ’ ୨୪ତାରିଖରୁ ଏହା ଆରମ୍ଭ ହୋଇ ଏହି ସର୍ଭେ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଚାଲିଥିଲା। ତେବେ ସବୁଠାରୁ ବଡ କଥା ହେଲା ରାଜ୍ୟବ୍ୟାପୀ ହୋଇଥିବା ଏବେ ସର୍ଭେରେ କୋଭିଡ ରୋଗୀଙ୍କ ସହିତ ବହୁ ସଂଖ୍ୟାରେ ଯକ୍ଷ୍ମା, କୁଷ୍ଠ, ଉଚ୍ଚ ରକ୍ତଚାପ ଓ ଅନ୍ୟ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଗୋଷ୍ଠୀସ୍ତରରେ ଏକାଧିକ ରୋଗରେ ଆକ୍ରାନ୍ତ ରୋଗୀ ରହିଥିବା ବେଳେ ଏହି ସର୍ଭେ ଯୋଗୁଁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରିଛି।

ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୩ ମାସିଆ ସର୍ଭେରେ ୯୫.୧୮ଲକ୍ଷ ଘରକୁ ଯାଇ ସର୍ଭେ କରାଯାଇଥିଲା। ‌ଅତିକମ୍‌ରେ ୧୫ଦିନରେ ଥରେ ସେମାନଙ୍କୁ ଘରକୁ ଘର ଯାଇ ଲୋକଙ୍କ ବିଭିନ୍ନ ଲକ୍ଷଣ ସଂପର୍କରେ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଥିଲା। ଯେଉଁ ଲୋକମାନଙ୍କର କୋଭିଡ୍‌ ଲକ୍ଷଣ ରହିଥିଲା ସେମାନଙ୍କୁ ପରୀକ୍ଷା କରିବା ଲାଗି କୁହାଯାଇଥିଲା। ସମୁଦାୟ ୧୬.୪୯ଲକ୍ଷ ନମୁନାର ଆର୍‌ଟିପିସିଆର/ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ତହିଁରୁ ୨ଲକ୍ଷ ୪ହଜାର ୧୦୪ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାସହ ୫୬,୫୫୨ ମଧୁମେହ, ୭୩୯୯ ନୂତନ ଯକ୍ଷ୍ମା, ୩୦୦୨ ମ୍ୟାଲେରିଆ ଓ ୧୬୨୫ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

Leave a Reply

%d bloggers like this: