କୋଭିଡ ରୋଗୀଙ୍କ ସହ ଯୌନ ସଂପର୍କ ଶୁଣି ଆଶ୍ଚର୍ଯ୍ୟ ହେଲେ ପ୍ରଧାନମନ୍ତ୍ରୀ!

 କୋଭିଡ ରୋଗୀଙ୍କ ସହ ଯୌନ ସଂପର୍କ ଶୁଣି ଆଶ୍ଚର୍ଯ୍ୟ ହେଲେ ପ୍ରଧାନମନ୍ତ୍ରୀ!

ମେଟ୍ରୋ ଟିଭି ବ୍ୟୁରୋ/11.09.21: କୋଭିଡରେ ସଂକ୍ରମିତ ହୋଇଥିବା ରୋଗୀମାନଙ୍କ ସହ ଯୌନ ସଂପର୍କକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ।  ନ୍ୟୁଜଲାଣ୍ଡରେ କରୋନା ମହାମାରୀ ଉଗ୍ର ରୂପ ନେଇଥିବା ବେଳେ ବହୁସଂଖ୍ୟକ ରୋଗୀ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଡାକ୍ତରଖାନାରେ ଥିବା ‘ଭିଜିଟର୍ସ ଆୱାର୍ସ’ କୁ ରୋଗୀଙ୍କ ସଂପର୍କୀୟ ବା ପରିଦର୍ଶକମାନେ ରୋଗୀଙ୍କୁ ଦେଖିବାକୁ ଯାଉଛନ୍ତି। ସେହି ସମୟରେ କିଛି ରୋଗୀ ଓ ପରିଦର୍ଶକଙ୍କ ମଧ୍ୟରେ ଯୌନ ସଂପର୍କ ରହୁଥିବା ଅଭିଯୋଗ ହେଉଛି ।

ନ୍ୟୁଜଲାଣ୍ଡେର କୋଭିଡ ସଂପର୍କିତ ଦୈନିକ ସୂଚନା ଦେବା ସମୟରେ ଜଣେ ସାମ୍ବାଦିକ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନଙ୍କୁ ଏ ନେଇ ପ୍ରଶ୍ନ ପଚାରିବାରୁ ଆଶ୍ଚର୍ଯ୍ୟ ଜନକ ଭାବେ  ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ହଠାତ୍‌ ଚକିତ ହୋଇଯାଇଥିଲେ। ଏହି ସମୟରେ ସାମ୍ବାଦିକ ଜଣକଙ୍କ  ବର୍ତ୍ତମାନ ପରିସ୍ଥିତିରେ ରୋଗୀ ଓ ପରିଦର୍ଶକଙ୍କ ମଧ୍ୟରେ ଯୌନ ସଂପର୍କକୁ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ କାର୍ଯ୍ୟଭାବେ ବିବେଚନା କରାଯିବ କି ବୋଲି ପଚାରିଥିଲେ।

କିଛି ସମୟର ବ୍ୟବଧାନ ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ କୋଭିଡ ସ୍ଥିତି ଯାହା ଥାଉ ନା କାହିଁକି ଡାକ୍ତରଖାନାର ପରିଦର୍ଶନ ସମୟରେ ରୋଗୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ସାଧାରଣତଃ ଯୌନ ସଂପର୍କ ରହିବା ଉଚିତ ନୁହେଁ ବୋଲି ତୀବ୍ର ପ୍ରତିକ୍ରିୟା ରଖିଥିଲେ ।

ସୂଚନା ଅନୁସାରେ – ଅକଲାଣ୍ଡ ଜିଲ୍ଲା ସ୍ବାସ୍ଥ୍ୟ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କୁ ଭେଟିବାକୁ ଯାଉଥିବା ଲୋକଙ୍କ ମଧ୍ୟରୁ ଅନେକ ଯୌନ ସଂପର୍କରେ ଲିପ୍ତ ରହୁଥିବା ଜଣାପଡିଛି ।

Leave a Reply

%d bloggers like this: