ପାଳନ ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

ପାଳନ ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

ପାଳନ ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ
ମେଟ୍ରୋ ଟିଭି ବ୍ୟୁରୋ/୧୧.୦୯.୨୧: ଆଜି ହେଉଛି ନୂଆଁଖାଇ ତିହାର । ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କ ପୂଜା ପର ଦିନ ଅର୍ଥାତ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନୂଆଁଖାଇ ପର୍ବ ପାଳନ କରାଯାଏ ଗଣପର୍ବ ନୂଆଁଖାଇ । ଏଥି ଯୋଗୁ ଏବେ ଚଳଚଞ୍ଚଳ ବରଗଡ଼ ସହର । ପାରମ୍ପରୀକ ପିଠାମଡ଼ାରେ ମହକିଲାଣି ଗାଁଠୁ ସହର । ଶୁଭ ଲଗ୍ନ ଅନୁସାରେ ପାଳନ ହେଉଛି ପଶ୍ଚିମଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ତିହାର । ଏଥିପାଇଁ ବରଗଡ଼ ସହରର ମହିଳାମାନେ ବେଶ ତତ୍ପର ହୋଇପଡ଼ିଛନ୍ତି । ନୂଆଁଖାଇ ପର୍ବ ପାଇଁ ଆରିସା, କାକରା, ମଣ୍ଡା, ରସବରା, ଲିଚୁ ଆଦି ବିଭିନ୍ନ ପିଠା ତିଆରି ସରିଛି । କୃଷିଭିତ୍ତିକ ପର୍ବରେ ସାରା ପରିବାର ଏକାଠି ବସି ନୂଆଁଖାଇ ପାଳନ ପାଇଁ ପ୍ରସ୍ତୁତି ଓ ବ୍ୟଞ୍ଜନ ତାଲିକା ଅନୁସାରେ ଚାଲିଛି ଧୂମଧାମରେ ନୂଆଁଖାଇ ପାଳନ । ଅଭାବ ସମୟରେ ଭାବର ତିହାର ନୂଆଁଖାଇ ପର୍ବକୁ ପାଳନ କରୁଛନ୍ତି ମହିଳାମାନେ ।
ଆଜି ସକାଳ ୯ଟା ୪୪ମିନିଟରୁ ୧୦ଟା ୨୦ମିନିଟ ମଧ୍ୟରେ ବରଗଡ଼ ମାଁ ସମଲେଶ୍ବରୀଙ୍କ ମନ୍ଦିର ପୀଠରେ ନବାନ୍ନ ଭୋଗ ଅର୍ପଣ ହୋଇସାରିଛି । ନୂଆଁଖାଇ ତିହାର ପାଇଁ ଲଗ୍ନ ସ୍ଥିର ହେଲା ପରେ ଉତ୍ସବମୁଖର ହୋଇଛି ସମଗ୍ର ବରଗଡ଼ ସହର । ନୂଆଁଖାଇ ତିହାରକୁ କୋରୋନା କଟକଣା ମଧ୍ୟରେ ଜୋରସୋରରେ ଖୁସି ମନାଉଛନ୍ତି ପଶ୍ଚିମଓଡିଶା ବାସୀ ।
ମହିଳାମାନେ ଅରୁଆ ଚାଉଳରେ ଚୁନା କୁଟି ସେଥିରେ ପାରମ୍ପରୀକ ପିଠାମଡ଼ା ତିଆରି କରିସାରିଥିବା ବେଳେ ଆଜି ନୂଆ ବସ୍ତ୍ର ଛୋଟ ଠୁ ବଡ ଯାଏ ପରିଧାନ କରିଛନ୍ତି ।
ବରଗଡ଼ ସହରର ୧୧ନମ୍ବର ଓ୍ବାର୍ଡ଼ର ମହିଳାମାନେ ଧୂମଧମାରେ ପାଳନ କରୁଛନ୍ତି ନିଆଁଖାଇ ତିହାର । ମହିଳାମାନେ ସମ୍ବଲପୁରୀ ବେଶ ପୋଷାକରେ ସଜେଇ ହୋଇଥିବା ବେଳେ ପାରମ୍ପରୀକ ପିଠାମଡ଼ାରେ ମହକି ଉଠୁଛି ସମଗ୍ର ବରଗଡ଼ ସହର । ଏବର୍ଷ ନୂଆଁଖାଇ ତିହାରକୁ ନେଇ ଯୁବଗୋଷ୍ଠୀ ଯେତିକି ଉତ୍ସାହିତ ଅଛନ୍ତି ସେମାନଙ୍କଠାରୁ ଆହୁରି ଦୁଇପାଦ ଅଧିକ ମହିଳାମାନେ ଉତ୍ସାହିତ ଅଛନ୍ତି ।

Leave a Reply

%d bloggers like this: