ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ,ଛାତି ଯନ୍ତ୍ରଣାରେ ହସ୍ପିଟାଲରେ ଭର୍ତ୍ତି

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଛାତି ଯନ୍ତ୍ରଣାରେ ହସ୍ପିଟାଲରେ ଭର୍ତ୍ତି

ଓଡିଶା ବିଜେଡି ଦଳର ବରିଷ୍ଠ ନେତା ତଥା ରାଜ୍ୟ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ଥିବାର ସୂଚନା ମିଳିଛି। ଶୁକ୍ରବାର ରାତିରେ ମନ୍ତ୍ରୀ ପ୍ରତାପ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କର ଛାତିରେ ଦୁଇଟି ବ୍ଲକେଜ ଥିବା ଜଣାପଡ଼ିଥିଲା । ପରେ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଥିବା ଜଣାପଡିଛି ।

ବର୍ତ୍ତମାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି ।

Leave a Reply

%d bloggers like this: