ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଇସ୍ତଫା

ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଇସ୍ତଫା

ମେଟ୍ରୋ ଟିଭି ବ୍ୟୁରୋ/11.09.21: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ରାଜ୍ୟ ଗୁଜୁରାଟରେ ବିଜେପି ନିଜର ରଣକୌଶଳ ବଦଳାଇଛି । ଗତ ନିର୍ବାଚନରେ ବିଜେପି ସେଠାରେ ଜିତିଥିଲେ ମଧ୍ୟ ସିଟ ସଂଖ୍ୟାରେ ପୂର୍ବ ତୁଳନାରେ କମ ରହିଥିଲା । ବିଜୟ ରୂପାନୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ପ୍ରସଙ୍ଗରେ କଂଗ୍ରେସ ନେତା ହାର୍ଦ୍ଧିକ ପଟେଲ ଓ ଆମ-ଆଦମି ପାର୍ଟି ସରକାରଙ୍କୁ ଅସ୍ତବ୍ୟସ୍ତ କରୁଥିଲେ । ଏପରିକି ନଗର ନିର୍ବାଚନରେ ଆମ-ଆଦମି ପାର୍ଟି କିଛି ବିଜେପି ସିଟକୁ ହାତେଇ ନେଇଥିଲା । ମୁଖ୍ୟମନ୍ତ୍ରୀ ରୂପାନିଙ୍କ ବିରୋଧରେ ପାର୍ଟି ଭିତରୁ ମଧ୍ୟ ସ୍ବର ଶୁଭୁଥିଲା । ଫଳରେ ବାଧ୍ୟ ହୋଇ କେନ୍ଦ୍ର ସ୍ବରାଷ୍ଟ୍ର୍ୟ-ମନ୍ତ୍ରୀ ଅମିତ ଶାହାଙ୍କ ନିଷ୍ପତିକ୍ରମେ ବିଜୟ ରୂପାନି ଇସ୍ତଫା ଦେଇଛନ୍ତି ।

ସୂଚନା ଅନୁଯାଇ – ରୂପାନିଙ୍କ ପରେ ମୁଖ୍ୟମନ୍ତ୍ରୀ ରେସରେ ମନସୁଖ ମାଣ୍ଡବ୍ୟ , ପୁରୁଷତ୍ତମ ରୁପାଲା ,ନିତିନ ପଟେଲ ଓ ସି.ଆର୍ ପଟେଲ ପ୍ରମୁଖ ରହିଥିବା ଜଣାପଡିଛି ।

Leave a Reply

%d bloggers like this: