ଖେଲା ହୋବେ’ ସ୍ଲୋଗାନ ଦେଇ ପ୍ରାର୍ଥିପତ୍ର ଦାଖଲ ମୁଖ୍ୟମନ୍ତ୍ରୀ ମମତା‌

ଖେଲା ହୋବେ’ ସ୍ଲୋଗାନ ଦେଇ ପ୍ରାର୍ଥିପତ୍ର ଦାଖଲ ମୁଖ୍ୟମନ୍ତ୍ରୀ ମମତା‌

ଖେଲା ହୋବେ’ ସ୍ଲୋଗାନ ଦେଇ ପ୍ରାର୍ଥିପତ୍ର ଦାଖଲ ମୁଖ୍ୟମନ୍ତ୍ରୀ ମମତା‌

ମେଟ୍ରୋ ଟିଭି ବ୍ୟୁରୋ/11.09.21: ଆସୁଥିବା ଉପନିର୍ବାଚନର ଉସ୍ମତା ପାଗ ଭବାନୀପୁରରେ ଦେଖିବାକୁ ମିଳିଛି । ଆଗାମୀ ୩୦ ତାରିଖରେ ହେବାକୁ ଥିବା ଭବାନୀପୁର ବିଧାନସଭା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମମତା‌ ବାନାର୍ଜୀ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଲିପୁରଠାରେ ରାଜ୍ୟର କେତେକ ମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହ ମମତା ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହା ସହ ଉପନିର୍ବାଚନରେ ମମତାଙ୍କୁ ଟକ୍କର ଦେବେ ଭବାନୀପୁର ଆସନରେ ଲଢୁଥିବା ବିଜେପିର ପ୍ରିୟଙ୍କା ତିବରେୱାଲ ଏବଂ ବାମମୋର୍ଚ୍ଚାର ଶ୍ରୀଜୀବ ବିଶ୍ବାସ । ତେବେ ଉପ- ନିର୍ବାଚନର ଫଳାଫଳ ଅକ୍ଟୋବର ୩ ତାରିଖରେ ଘୋଷଣା ହେବ ବୋଲି ଜଣାପଡିଛି ।

ଭବାନୀପୁର ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥି, ପ୍ରାର୍ଥିପତ୍ର ଦାଖଲ କରିଥବା ବେଳେ ମୁ୍ଖ୍ୟମନ୍ତ୍ରୀ ମମତା ପ୍ରାର୍ଥିପତ୍ର ଦାଖଲ କରିବା ମାତ୍ରେ ତୃଣମୂଳ କାର୍ଯ୍ୟକର୍ତ୍ତାମାନେ ‘ଖେଲା ହୋବେ’ ସ୍ଲୋଗାନ ଦେଇଥିଲେ। ବିଧାନସଭା ନିର୍ବାଚନ ସମୟରେ ଖେଲା ହୋବେ ସ୍ଲୋଗାନ ବେଶ୍ ଚର୍ଚ୍ଚାରେ ରହିଥିଲା । ବିଧାନସଭା ନିର୍ବାଚନରେ ଟିଏମ୍‌ସି ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ ବେଳେ ନିଜେ ମମତା ନନ୍ଦୀଗ୍ରାମ ଆସନରେ ପରାଜିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ମମତାଙ୍କୁ ଉପନିର୍ବାଚନରେ ବିଜୟ ହାସଲ କରିବାକୁ ହେବ।

ସୂଚନା ଅନୁସାରେ  ମମତାଙ୍କ  ଗୃହ କ୍ଷେତ୍ର ଭବାନୀପୁର ହୋଇଥିବା ବେଳେ ୨୦୧୧ ଓ ୨୦୧୬ରେ ଏହି ଆସନରୁ ସେ ବିଜୟୀ ମଧ୍ୟ ହୋଇଥିଲେ। ହେଲେ ଚଳିତ ବର୍ଷ ଏପ୍ରିଲ-ମେରେ ହୋଇଥିବା ବିଧାନସଭା ନିର୍ବାଚନରେ ଭବାନୀପୁର ଛାଡ଼ି ନନ୍ଦୀଗ୍ରାମ ଆସନରୁ ପ୍ରାର୍ଥୀ ହୋଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଥିଲେ। ରାଜ୍ୟ କୃଷିମନ୍ତ୍ରୀ ଶୋଭନଦେବ ଚାଟାର୍ଜୀ ମୁଖ୍ୟମନ୍ତ୍ରୀ ପାଇଁ ଭବାନୀପୁର ଆସନ ଛାଡ଼ିବାକୁ ମେ ମାସରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ତେବେ ଏହି ଆସନରୁ ମମତା ବିଜୟ ଲାଭ କରିବା ଆଶା କରିଛନ୍ତି ।

Leave a Reply

%d bloggers like this: