ବଲିଉଡରେ ପାଦ ଥାପିଲେ ଅଭିନେତ୍ରୀ ମାଳବିକା !

ବଲିଉଡରେ ପାଦ ଥାପିଲେ ଅଭିନେତ୍ରୀ ମାଳବିକା !

ସାଉଥ୍ ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରିର ପରିଚିତ ଅଭିନେତ୍ରୀ ମାଳବିକା ମୋହନନ୍ ଏବେ ବଲିଉଡ୍‌ରେ ପାଦ ଥାପିଛନ୍ତି । କରୋନା ସଂକ୍ରମଣ ଏବଂ ଲକ୍‌ଡାଉନ୍ କଟକଣା ଯୋଗୁଁ ଚଳଚ୍ଚିତ୍ର ଜଗତ ନିଚ୍ଛଳ ହେଇପଡ଼ିଥିଲା । ବର୍ତ୍ତମାନ  ସରକାର ଅନୁମତି ଦେବା ଯୋଗୁଁ ଧୀରେଧୀରେ ସିନେମା କାମ କାଁ ଭାଁ ଦେଖିବାକୁ ମିଳୁଛି । ଏହା ଭିତରେ ସମ୍ଭବତଃ ମାଳବିକାଙ୍କୁ ସେମିତି କିଛି ବଡ଼ ଅଫର୍ ମିଳି ନ ଥିବା ବେଳେ ସେ ଏକ ବିଜ୍ଞାପନ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଛନ୍ତି । ସିନେମାରେ ନ ହେଲେ ବି ମାଳବିକାଙ୍କ ପସନ୍ଦର ଅଭିନେତା ରଣବୀର କପୁରଙ୍କ ସହ ସେ ଏକ ବିଜ୍ଞାପନ ଫିଲ୍ମରେ ଅଭିନୟ କରି ବେଶ୍ ଖୁସି ହେଇଛନ୍ତି। ଏଥିରେ ମାଳବିକାଙ୍କ ଖୁସି ମୁହଁର ସ୍ମିତହସରୁ ବାରି ହୋଇପଡିଛି ।

ରଣବୀରଙ୍କ ସହ ଅଭିନୟ କରିଥିବା ବେଳର କିଛି ଫଟୋ ମାଳବିକା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ସହ ସିନେ ନିର୍ମାତାମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏହା ପଛର ଉଦ୍ଦେଶ୍ୟ ହେଉଛି, ବଲିଉଡ୍‌ରେ ଯେତେ ଜଲଦି ଫିଲ୍ମ ଅଫର୍ ମିଳିବ।

Leave a Reply

%d bloggers like this: