ଲମ୍ବୋଧରଙ୍କ ଅଷ୍ଟ ଅବତାର

ଲମ୍ବୋଧରଙ୍କ ଅଷ୍ଟ ଅବତାର

ଲମ୍ବୋଧରଙ୍କ ଅଷ୍ଟ ଅବତାର

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀରେ ଗଣେଶ ପୂଜା ହୋଇଥାଏ । ଏହି ପର୍ବ ସମସ୍ତ ଦେବତାଙ୍କ ମଧ୍ୟରେ ପ୍ରଥମ ଆରାଧ୍ୟ ଭଗବାନ ଗଣେଷଙ୍କ ପୂଜା କରିବା ଓ ତାଙ୍କୁ ପ୍ରସନ୍ନ କରିବାର ସବୁଠୁ ଭଲ ଅବସର ହୋଇଥାଏ । ତେବେ ଗଣେଶଙ୍କୁ ନେଇ ରହିଥିବା ପୁରାଣଗୁଡ଼ିକ ମଧ୍ୟରୁ ‘ମୁଦ୍‌ଗଲ ପୁରାଣ’ ଅନ୍ୟତମ । ଏହି ଉପପୁରାଣରେ ଗଣେଶଙ୍କର ଆଠଟି ଅବତାର କଥା କୁହାଯାଇଛି । ଏଥିରେ ପୁଣି ଆଶ୍ଚର୍ଯ୍ୟ କଥା ହେଉଛି- ଗଣେଶଙ୍କର ବାହନ ମୂଷିକ ବୋଲି ଆମକୁ ଜଣା ଥିବା ବେଳେ, ଏହି ଆଠ ଅବତାରଙ୍କ ମଧ୍ୟରୁ ପାଞ୍ଚ ଅବତାରଙ୍କର ବାହନ ମୂଷିକ। ବାକି ତିନି ଅବତାରଙ୍କର ବାହନ – ସିଂହ, ସାପ ଓ ମୟୂର।

‘ମୁଦ୍‌ଗଲ ପୁରାଣ’ରେ ବର୍ଣ୍ଣିତ ଆଠ ଅବତାରରେ ଗଣେଶ ଯେଉଁସବୁ ଅସୁରଙ୍କୁ ଦମନ କରିଥିଲେ- ତାହା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ‘ବକ୍ରତୁଣ୍ଡ’ ଅବତାରରେ ସେ ମତ୍ସରାସୁର, ‘ଏକଦନ୍ତ’ ଅବତାରରେ ମଦାସୁର, ‘ମହୋଦର’ ଅବତାରରେ ମୋହାସୁର ଓ ‘ଗଜାନନ’ ଅବତାରରେ ଲୋଭାସୁରକୁ ଦମନ କରିଥିଲେ। ସେହିପରି, ‘ଲମ୍ବୋଦର’ ଅବତାରରେ କ୍ରୋଧାସୁର, ‘ବିକଟ’ ଅବତାରରେ କାମାସୁର, ବିଘ୍ନରାଜ ଅବତାରରେ ମମାସୁର ଏବଂ ‘ଧୂମ୍ରବର୍ଣ୍ଣ’ ଅବତାରରେ ଅହଂକାରାସୁରକୁ ସେ ଦମନ କରିଥିଲେ। ଯେଉଁ ସବୁ  ଅସୁର ବଧ ହୋଇଛନ୍ତି –ସେହି ସବୁ ଆମର ଗୋଟିଏ ଗୋଟିଏ ଦୋଷ, ଦୁର୍ବଳତାର ପ୍ରତୀକ। ଏହାର ତାତ୍ପର୍ଯ୍ୟ ହେଉଛି- କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ମମଭାବ ଓ ଅହଂକାର ଆଦି ମାନବୀୟ ଦୋଷ, ଦୁର୍ବଳତାକୁ ଅତିକ୍ରମ ନକଲେ ଆମର ଉନ୍ନତି ବା ଅଗ୍ରଗତି ହେବନାହିଁ। ସ୍ୱଚ୍ଛନ୍ଦ, ସୁଖକର ଓ ପବିତ୍ର ଜୀବନଯାପନ ପାଇଁ, ଆମ ଭିତରେ ଥିବା ଏହି ଶତ୍ରୁମାନଙ୍କର ନିପାତ ବା ଦମନ ନିହାତି ଆବଶ୍ୟକ।

Leave a Reply

%d bloggers like this: