ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣ

ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣ

ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୯ : ନ୍ୟାସନାଲ ହାଇୱେ ଉପରେ ଏୟାରଷ୍ଟ୍ରିପ । ପାକିସ୍ତାନ ସୀମାରେ ଥିବା ରାଜସ୍ଥାନର ଜାଲୋନ ଦେଇ ଯାଇଥିବା ହାଇୱେ ଉପରେ ଓହ୍ଲାଇଛି ଯୁଦ୍ଧ ବିମାନ । ରାଜସ୍ଥାନର ଜାଲୋରଠାରେ ହାଇୱେ ଉପରେ ଏୟାରଷ୍ଟ୍ରିପର ଶୁଭାରମ୍ଭ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଏୟାରଷ୍ଟ୍ରିପ ଉଦଘାଟନ କରିଛନ୍ତି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏୟାର ଚିଫ୍ ମାର୍ଶାଲ ଆର କେ ଏସ ଭଦୋରିଆ, ସିଡିଏସ ଜେନେରାଲ ବିପିନ ରାୱତ ପ୍ରମୁଖ ଉପସ୍ଥିତ ଥିଲେ ।

ପାକିସ୍ତାନ ସୀମାଠାରୁ ମାତ୍ର କିଛିଦୂରରେ ଏହି ୫ କିଲୋମିଟର ଲମ୍ବ ଏୟାରଷ୍ଟ୍ରିପର ଶୁଭାରମ୍ଭ ହୋଇଛି । ଏହି ଏୟାରଷ୍ଟ୍ରିପରେ ବାୟୁସେନାର ଯୁଦ୍ଧ ବିମାନ ଅବତରଣ କରିପାରିବ । ରନୱେର ଉଦଘାଟନ ପରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ଜାଗୁଆର ଏଠାରେ ଅବତରଣ କରି ଦମ୍ ଦେଖାଇଥିଲେ ।

ଭବିଷ୍ୟତରେ ଯୁଦ୍ଧ ସ୍ଥିତି ଉପୁଜିଲେ ଭାରତ ସାମରିକ କ୍ଷେତ୍ରରେ ଏହ ରନୱେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଏହି ଏୟାରଷ୍ଟ୍ରିପରେ ୪ଟି ଏୟାରକ୍ରାଫ୍ଟ ପାର୍କିଂ କରିବା ସୁବିଧା ରହିଛି । ଏହା ଦେଶର ପ୍ରଥମ ଜାତୀୟ ରାଜପଥ, ଯାହା ଉପରେ ଏୟାରଷ୍ଟ୍ରିପ ନିର୍ମାଣ କରାଯାଇଛି । ପୂର୍ବରୁ ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷନୈା ଏକ୍ସପ୍ରେସ୍ ୱେ ଉପରେ ଯୁଦ୍ଧ ବିମାନ ସୁଖୋଇ ଅବତରଣ କରିଥିଲେ ।

Leave a Reply

%d bloggers like this: