ବୁଷ୍ଟର ଡୋଜ୍ ନଦେବାକୁ ବିଭିନ୍ନ ରାଷ୍ଟ୍ରକୁ ପରାମର୍ଶ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ବୁଷ୍ଟର ଡୋଜ୍ ନଦେବାକୁ ବିଭିନ୍ନ ରାଷ୍ଟ୍ରକୁ ପରାମର୍ଶ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ବୁଷ୍ଟର ଡୋଜ୍ ନଦେବାକୁ ବିଭିନ୍ନ ରାଷ୍ଟ୍ରକୁ ପରାମର୍ଶ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୯ : କୋଭିଡ ନିରାକରଣ ଲାଗି ବୁଷ୍ଟର ଡୋଜ ନ ଦେବାକୁ ବିଭିନ୍ନ ରାଷ୍ଟ୍ରକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏବେ ବି କୋଟି କୋଟି ଲୋକ ଟିକା ପାଇପାରିନାହାନ୍ତି । ସେମାନଙ୍କ ସ୍ୱାର୍ଥକୁ ବିଚାରକୁ ନେଇ ଚଳିତ ବର୍ଷ ଶେଷ ଯାଏଁ କୈାଣସି ଦେଶ ବୁଷ୍ଟର ଡୋଜ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି ସଙ୍ଗଠନର ମୁଖ୍ୟ ଟ୍ରେଡର୍ସ ଅଧନମ । ବିଶ୍ୱକୁ ଟିକା ଯୋଗାଉଥିବା ବିଭିନ୍ନ କମ୍ପାନୀ ଓ ରାଷ୍ଟ୍ର ଏଥିପ୍ରତି ମାନବିକ ଆଧାରରେ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ଗରିବ ରାଷ୍ଟ୍ରଗୁଡ଼ିକରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ, ଦୁର୍ବଳ ବର୍ଗଙ୍କୁ ଯେପରି ତ୍ୱରିତ ଟିକା ଦିଆଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଲାଗି ସେ ଧନୀ ରାଷ୍ଟ୍ର ଓ ଟିକାପ୍ରସ୍ତୁତକାରୀ କମ୍ପାନୀଙ୍କୁ ଅନୁରୋଧ କରିଛନ୍ତି । ଗତ ମାସରେ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ସେପ୍ଟେମ୍ବର ଶେଷ ସୁଦ୍ଧା ବୁଷ୍ଟର ଡୋଜ ବନ୍ଦ ଲାଗି ପରାମର୍ଶ ଦେଇଥିଲେ । ପୁଣି ଥରେ ଏହି ସମୟ ସୀମା ବର୍ଷ ଶେଷ ଯାଏଁ ବଢ଼ାଇବା ଲାଗି ସେ ପରାମର୍ଶ ଦେଇଛନ୍ତି । ଗରିବ ରାଷ୍ଟ୍ରଗୁଡ଼ିକ ବିଭିନ୍ନ ଧନୀ ରାଷ୍ଟ୍ର ୧୦୦ କୋଟି ଟିକା ଡୋଜ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

%d bloggers like this: