ରାଜରାସ୍ତାରେ ଯାତ୍ରୀଙ୍କଠାରୁ ଲୁଟ୍‌, ୨ ଗିରଫ

ରାଜରାସ୍ତାରେ ଯାତ୍ରୀଙ୍କଠାରୁ ଲୁଟ୍‌, ୨ ଗିରଫ

ରାଜରାସ୍ତାରେ ଯାତ୍ରୀଙ୍କଠାରୁ ଲୁଟ୍‌, ୨ ଗିରଫ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୯ : ରାଜରାସ୍ତାରେ ହେଉଛି ଲୁଟ ଉଦ୍ୟମ । ପ୍ରତିବାଦ କଲେ ହେଉଛି ମରଣାନ୍ତକ ଆକ୍ରମଣ । ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ସ୍ୱସ୍ତି ପ୍ରିମିୟମ ସଲଗ୍ନ ଏକ ବସଷ୍ଟପରେ ଅପେକ୍ଷାରତ ଯାତ୍ରୀଙ୍କଠାରୁ ହୋଇଛି ଲୁଟ । ଲୁଟର ଶିକାର ହୋଇଛନ୍ତି ରଶ୍ମିରଞ୍ଜନ ସାହୁ । ଲୁଟେରାଙ୍କ ମଧ୍ୟରୁ ଜଣକୁ ଲୋକମାନେ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ଅନ୍ୟ ଜଣକୁ ପୋଲିସ ଗିରଫ କରିଛି ।

ଦୁଇଜଣ ଲୁଟେରା ନିଶାସକ୍ତ ଅବସ୍ଥାରେ ଆସି ଏକା ବସିଥିବା ରଶ୍ମିରଞ୍ଜନଙ୍କଠାରୁ ମୋବାଇଲ ଏବଂ ଟଙ୍କା ଛଡ଼ାଇ ନେଇଥିଲେ । ରଶ୍ମିରଞ୍ଜନ ପ୍ରତିବାଦ କରିବାରୁ ବସ୍ ଷ୍ଟପ ପଛରେ ଥିବା ଗହଳିଆ ବୁଦାକୁ ଘୋଷାଡ଼ି ନେଇ ହକି ଷ୍କିକରେ ଆଘାତ କରିଥିଲେ ଦୁଇ ଲୁଟେରା । ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ଦୁଇଜଣଙ୍କୁ ଘେରି ଯାଇଥିଲେ । କିନ୍ତୁ କୈଶଳକ୍ରମେ ଜମେ ଲୁଟେରା ୧୫୦୦୦ ଟଙ୍କା ଥିବା ବ୍ୟାଗ୍ ନିଜ ସହ ନେଇ ଫେରାର ହୋଇଛି । ରାକେଶ ନାମକ ଜଣେ ଲୁଟେରାକୁ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୋଗକାରୀ ଏବଂ ଅଭିଯୁକ୍ତକୁ ଥାନାକୁ ନେଇଥିଲେ ।

Leave a Reply

%d bloggers like this: