ସାମ୍ବାଦିକାମାନଙ୍କୁ ଫୁଙ୍ଗୁଳା କରି ଦେଲା ନିର୍ଯାତନା

ସାମ୍ବାଦିକାମାନଙ୍କୁ ଫୁଙ୍ଗୁଳା କରି ଦେଲା ନିର୍ଯାତନା

ସାମ୍ବାଦିକାମାନଙ୍କୁ ଫୁଙ୍ଗୁଳା କରି ଦେଲା ନିର୍ଯାତନା

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୯ : ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଲୋକମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ଓ ବର୍ତ୍ତମାନ ତାଲିବାନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଛି । ଏହା ପରେ ସାଧାରଣ ଲୋକମାନେ ବହୁତ ଚିନ୍ତିତ ଅଛନ୍ତି । ଗତ କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଫଗାନିସ୍ତାନ ଉପରେ ପାକିସ୍ତାନୀ ଏୟାର ଷ୍ଟ୍ରାଇକ୍‌କୁ ନେଇ ଲୋକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ରଦର୍ଶନଗୁଡ଼ିକ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି, କିନ୍ତୁ ଏହି ପ୍ରଦର୍ଶନ ଦେଖି ତାଲିବାନ ଆଶ୍ଚର୍ଯ୍ୟ ହୋଇଯାଇଛି । ତାଲିବାନ ଆତଙ୍କବାଦୀମାନେ ବିକ୍ଷୋଭ ପ୍ରର୍ଦଶନ କରୁଥିବା ମହିଳା ସାଧାରଣ ନାଗରିକ ଓ ସାମ୍ବାଦିକଙ୍କୁ ଲଗାତାର ଟାର୍ଗେଟ କରୁଛି ।

ଲେଟେଷ୍ଟ ମାମଲାରେ କାବୁଲ ସହରରୁ ଆସିଛି, ଯେଉଁଠାରେ ତାଲିବାନ ନିଜର ସମସ୍ତ ସୀମା ଅତିକ୍ରମ କରି ପ୍ରଦର୍ଶନ କଭର୍ କରିବାକୁ ଆସିଥିବା ସାମ୍ବାଦିକମାନଙ୍କୁ ଉପରେ ଅତ୍ୟାଚାର କରି ନିଜର ଅସଲ ଚେହେରାକୁ ବିଶ୍ୱ ସାମ୍ନାରେ ରଖିଛି । କୁହାଯାଉଛି ଯେ ତାଲିବାନ ଆତଙ୍କୀମାନେ ସାମ୍ବାଦିକମାନଙ୍କୁ ଏକ କୋଠରାରେ ତାଲା ପକାଇ ଘଣ୍ଟା ଘଣ୍ଟା ଧରି ମାଡ଼ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ସେୟାର କରିଥିଲେ । ସାମ୍ବାଦିକମାନଙ୍କୁ ମାଡ଼ ମାରିବା ଭିଡିଓ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଲସ୍ ଆଞ୍ଜେଲସ୍ ଟାଇମ୍ସରେ ପ୍ରକାଶିତ ଫଟୋରେ ତାଲିବାନ ସାମ୍ବାଦିକମାନଙ୍କୁ କିପରି ମାଡ଼ ମାରିଛି ତାହା ଦେଖିବାକୁ ମିଳେ ।

Leave a Reply

%d bloggers like this: