ତାଲିବାନ ଡରରେ ପଳାଇଥିଲେ ୨୦୦ ଆଫଗାନ ନାଗରିକ, ଫେରାଇଦେଲା ପାକିସ୍ତାନ

ତାଲିବାନ ଡରରେ ପଳାଇଥିଲେ ୨୦୦ ଆଫଗାନ ନାଗରିକ, ଫେରାଇଦେଲା ପାକିସ୍ତାନ

ତାଲିବାନ ଡରରେ ପଳାଇଥିଲେ ୨୦୦ ଆଫଗାନ ନାଗରିକ, ଫେରାଇଦେଲା ପାକିସ୍ତାନ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୮ : ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ପାକିସ୍ତାନ ପଳାଇଥିବା ୨୦୦ ଆଫଗାନି ନାଗରିକଙ୍କୁ ଫେରାଇ ଦେଇଛି ପାକିସ୍ତାନ । ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ସାମିଲ ରହିଛନ୍ତି । ଖାଲି ଏତିକି ନୁହେଁ ସେମାନେ ଅବୈଧ ରୂପରେ ଦେଶରେ ପ୍ରବେଶ କରିଥିବା ନେଇ ପାକିସ୍ତାନ କହିଛି ।
ସୂତନା ଅନୁଯାୟୀ, ତାଲିବାନ ଯେତେବେଳେ ଆଫଗାନିସ୍ତାନ ଉପରେ କବଜା କରିଥିଲା ସେ ସମୟରେ ବହୁ ସଂଖ୍ୟାରେ ଲୋକମାନେ ଦେଶ ଛାଡ଼ି ପଳାୟନ କରିବାକୁ ଚେଷ୍ଟା କରିଥିଲେ । ଆଉ ବହୁ ସଂଖ୍ୟାରେ ଜନସାଧାରଣ ବିଭିନ୍ନ କ୍ଷେତ୍ର ଦେଇ ପାକିସ୍ତାନର ସୀମାରେ ପହଞ୍ଚିବା ସହ ଚମନ ଅଞ୍ଚଳ ପାଖାପାଖି ରହିଥିଲେ । ଏଠାକାର ରେଳ ଷ୍ଟେସନରେ ଶହ ଶହ ସଂଖ୍ୟାରେ ଲୋକ ରାତି କାଟିଥିଲେ ।

ଅବୈଧ ଭାବେ ପଶିଥିବା ଲୋକମାନଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ଭିସା ଓ ପାସପୋର୍ଟ ରହିଛି, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଗଲା । ଅନ୍ୟ ଏକ ରିପୋର୍ଟ ଅନୁସାରେ ପାଖାପାଖି ୩ ମିଲିୟନ୍ ଆଫଗାନ ନାଗରିକ ରହୁଛନ୍ତି । ତାଲିବାନର ଶାସନ ଆରମ୍ଭ ହେବା ପରେ ବହୁ ସଂଖ୍ୟାରେ ଲୋକ ଦେଶ ଛାଡ଼ି ପଳାୟନ କରିଥିଲେ । ତେବେ ଆମେରିକା ସେନା ଦ୍ୱାରା ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଆମେରିକା ସେନା ଯିବା ପରେ କାବୁଲ ଏୟାରପୋର୍ଟ ବନ୍ଦ ରହିଛି ।

Leave a Reply

%d bloggers like this: