ଆମେରିକାର ହିଟ୍ ଲିଷ୍ଟରେ ଥିବା ସିରାଜୁଦ୍ଦିନ ହକ୍କାନୀ ଏବେ ଆଫଗାନ ଗୃହ ମନ୍ତ୍ରୀ

ଆମେରିକାର ହିଟ୍ ଲିଷ୍ଟରେ ଥିବା ସିରାଜୁଦ୍ଦିନ ହକ୍କାନୀ ଏବେ ଆଫଗାନ ଗୃହ ମନ୍ତ୍ରୀ

ଆମେରିକାର ହିଟ୍ ଲିଷ୍ଟରେ ଥିବା ସିରାଜୁଦ୍ଦିନ ହକ୍କାନୀ ଏବେ ଆଫଗାନ ଗୃହ ମନ୍ତ୍ରୀ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୮ : ତାଲିବାନ ହାତକୁ ଗଲା ଆଫଗାନିସ୍ତାନର ସରକାର । ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ ପକ୍ଷରୁ ସରକାର ଗଠନ କରାଯାଇଛି । ମାତ୍ର ଏହା ସ୍ଥାୟୀ ସରକାର ନୁହେଁ । ତେବେ ଆମେରିକା ନେତୃତ୍ୱାଧିନ ସାମରିକ ମେଣ୍ଟ ଓ ଆଫଗାନିସ୍ତାନ ସରକାର ବିରୋଧରେ ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିଲା ତାଲିବାନୀର ବହୁ ଦୁର୍ଦ୍ଦଶା ଆତଙ୍କାବାଦୀଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା । ଭାରତକୁ ନିଜ ପ୍ରଥମ ଶତ୍ରୁ ଭାବୁଥିବା ତଥା ଆମେରିକାର ହିଟ୍ ଲିଷ୍ଟରେ ଥିବା ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନୀଙ୍କୁ ମିଳିଛି ଆଫଗାନିସ୍ତାନର ଗୃହ ମନ୍ତ୍ରୀ ପଦ । ହକ୍କାନୀଙ୍କ ମୁଣ୍ଡ ଉପରେ ଆମେରିକା ପ୍ରାୟ ୩୬ କୋଟିର ପୁରସ୍କାର ରାଶି ଘୋଷଣା କରିଥିଲା । ଫଳରେ ପରଦା ଆଢ଼ୁଆଳରେ ରହି ନିଜ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ହକ୍କାନୀ ସଙ୍ଗଠନ ଏବେ ସର୍ବସମ୍ମୁଖକୁ ଚାଲି ଆସିଛି ।

ହକ୍କାନୀ ପ୍ରଥମେ ପ୍ରତିର୭ା ମନ୍ତ୍ରୀ ମଦ ପାଇଁ ନିଜ ଜିଦ୍‌ରେ ଅଡ଼ି ବସିଥିଲେ । ଏଥିପାଇଁ ତାଙ୍କର ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ୟୁକୁବ ଓ ତାଲିବାନର ସହ-ସଂସ୍ଥାପକ ମୁଲ୍ଲ ଅବଦୁଲ ଗନି ବରାଦଙ୍କ ସହ ମୁହାଁମୁହିଁ ହୋଇଥିଲା । ବହୁତ ଟଣାଓଟରା ପରେ ହକ୍କାନୀ ଗୃହମନ୍ତ୍ରୀ ପାଇଁ ରାଜି ହୋଇଥିଲେ ।

Leave a Reply

%d bloggers like this: