ଗୋଟିଏ ପୁଅ ଦୁଇ ଝିଅ : ଟସ୍ ଜିତିଲା ଯିଏ ବାହା ହେଲା ସିଏ

ଗୋଟିଏ ପୁଅ ଦୁଇ ଝିଅ : ଟସ୍ ଜିତିଲା ଯିଏ ବାହା ହେଲା ସିଏ

ଗୋଟିଏ ପୁଅ ଦୁଇ ଝିଅ : ଟସ୍ ଜିତିଲା ଯିଏ ବାହା ହେଲା ସିଏ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୮ : କ୍ରିକେଟ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଟସ୍ ପକାଯିବାର ଦେଖିଥିବେ । ହେଲେ କେବେ ବାହାଘର ଆଗରୁ ଟସ୍ ପଡ଼ିବା ଦେଖିଛନ୍ତି କି ? ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଅଲୁରର ଏକ ଗାଁରେ ଦେଖିବାକୁ ମିଳିଛି । ଜଣେ ଯୁବକଙ୍କର ଦୁଇଜଣ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିବା କାରଣରୁ ବିବାହ ବେଳେ କଠିନ ସମସ୍ୟାର ସାମନା କରିବାକୁ ପଡ଼ିଥିଲା । ବିବାହର ଠିକ୍ ପୂର୍ବରୁ ଦୁଇ ଯୁବତୀ ସେଟାରେ ପହଁଞ୍ଚି ଉକ୍ତ ଯୁବକକୁ ବାହାହେବା ପାଇଁ ଜିଦ୍ ଧରି ବସିଥିଲେ । ଶେଷରେ ଗାଁ ଲୋକ ଏହି ସମସ୍ୟାର ସମାଧାନ ବାହାର କରିବା ପାଇଁ ଟସ୍‌ର ସାହାରା ନେଇଥିଲେ ।

ଦୁଇ ଯୁବତୀ ଏହି କଥାକୁ ନେଇ ଜିଦି କରିବା ଆରମ୍ଭ କରିଦେଇଥିଲେ ଯେ, ସେମାନେ କେବଳ ସେହି ଯୁବକଙ୍କ ବିବାହ କରିବେ । ଗାଁ ଲୋକ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁହିଁଙ୍କ ଭିତରୁ କେହି ମାନିବାକୁ ପ୍ରସ୍ତୁତ ନଥିଲେ । ଶେଷରେ ଗାଁ ଲୋକ ଟସ୍ ପକାଇବାର ନିଷ୍ପତ୍ତି ନେଇଥିଲେ ।

ଟସ୍ ପୂର୍ବରୁ ସର୍ତ୍ତ ରଖାଯାଇଥିଲା ପୂର୍ବରୁ ଏକ ବଣ୍ଡ ପେପରରେ ତିନିଜଣ ଲୋକଙ୍କୁ ସାଇନ୍ କରିବାକୁ ହେବ ଓ ଯେଉଁ ନିଷ୍ପତ୍ତି ନିଆଯାଇଛି ତାକୁ ମାନିବାକୁ ପଡ଼ିବ । ସବୁ ପ୍ରକ୍ରିୟା ପରେ ଯେତେବେଳେ ଟସ୍‌ର କଥା ଆସିଥିଲା ଚୁପ୍ ରହିଥିବା ଯୁବକ ଜଣକ ନିଜର ଇଚ୍ଛା ପ୍ରକାଶ କରିଥିଲେ । ଯେଉଁ ଯୁବତୀ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ତାଙ୍କୁ ଯୁବକ ଜଣକ ସ୍ୱୀକାର କରିଥିଲେ । ଏହି ସ୍ୱଭାବକୁ ଦେଖି ଦ୍ୱିତୀୟ ଯୁବତୀ ଜଣକ ଯୁବକଙ୍କୁ ଏକ ଜୋରଦାର ଚାପୁଡ଼ା ଦେଇଥିଲେ । ଏହା ସହିତ ନିଷ୍ପତ୍ତି ହୋଇଯାଇଥିଲା ଯୁବକ ଜଣକ କେଉଁ ଯୁବତୀଙ୍କୁ ବିବାହ କରିବେ । ଆଉ ଟସ୍ ପକାଇବାର ଦରକାର ପଡ଼ିନଥିଲା ।

Leave a Reply

%d bloggers like this: