ସମଲେଇଙ୍କ ପାଇଁ ଆସିଲା ନୂଆଧାନ

ସମଲେଇଙ୍କ ପାଇଁ ଆସିଲା ନୂଆଧାନ

ସମଲେଇଙ୍କ ପାଇଁ ଆସିଲା ନୂଆଧାନ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୮ : ଆଉ ମାତ୍ର ୨ ଦିନ ଗଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେପଟେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବା ପାଇଁ ଆଜି ନୂଆଁ ଧାନ ଆସି ପହଁଞ୍ଚିଛି । ପ୍ରତିବର୍ଷ ଭଳି ସହର ଉପକଣ୍ଠ ବଲବସପୁରରୁ ସୁବାସ ବେହେରା ନାମକ ଜଣେ ଚାଷୀ ଏହି ଷାଠିଆ କିସମର ଧାନକୁ ଆଣି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ଅର୍ପଣ କରିଛନ୍ତି ।

ପୂଜକଙ୍କ ପରିବାର ଲୋକେ ଏହି ଧାନରୁ ଚୋପା ଛଡ଼ାଇ ଘିଅରେ ଭଙ୍କକ୍ସରବଙ୍କ ପରେ ଘିଅ, ଗୁଡ଼, ରାଶି ଆଦି ସାମଗ୍ରୀ ଦେଇ ସ୍ୱତନ୍ତ୍ର ଚରୁ ପ୍ରସ୍ତୁତ କରିବେ । ଏହି ନୂଆ ଧାନର ଚରୁକୁ ଆସନ୍ତା ୧୧ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ତୁଳା ଲଗ୍ନରେ ମାଁ ସମଲେଇଙ୍କ ନିକଟରେ ଅର୍ପଣ କରାଯିବ । ଏହାପରେ ପଶ୍ଚିମ ଓଡ଼ଶାବାସୀ ନବାନ୍ନ ଭକ୍ଷଣ କରିବେ ।

Leave a Reply

%d bloggers like this: