୯ ବର୍ଷର ବୈବାହିକ ଜୀବନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ : ଅଲଗା ହେଲେ ଶିଖର ଧୱନ ଓ ଆୟେଶା ମୁଖାର୍ଜୀ

୯ ବର୍ଷର ବୈବାହିକ ଜୀବନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ : ଅଲଗା ହେଲେ ଶିଖର ଧୱନ ଓ ଆୟେଶା ମୁଖାର୍ଜୀ

୯ ବର୍ଷର ବୈବାହିକ ଜୀବନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ : ଅଲଗା ହେଲେ ଶିଖର ଧୱନ ଓ ଆୟେଶା ମୁଖାର୍ଜୀ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୮ : ଭାଙ୍ଗିଗଲା ୯ ବର୍ଷର ସମ୍ପର୍କ । ଭାରତୀୟ କ୍ରିକେଟ୍ ଟିମର ପାରମ୍ପରିକ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ପତ୍ନୀ ଆୟେଶା ମୁଖାର୍ଜୀ ଅଲଗା ହୋଇଛନ୍ତି । ଏବେ ଆୟେଶାଙ୍କ ଇନଷ୍ଟା ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଆୟେଶା ମୁଖାର୍ଜୀ ଛାଡ଼ପତ୍ର ସହ ଜଡ଼ିତ କିଛି କଥା ଭାବପ୍ରବଣ ଢଙ୍ଗରେ ଲେଖିଛନ୍ତି । ମାତ୍ର ଶିଖରଙ୍କ ତରଫରୁ କୈାଣସି ସୂଚନା ମିଳିପାରିନାହିଁ ।

କିନ୍ତୁ କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ତିକ୍ତତା ଥିବା ଖବର ଆସିଥିଲା । ଏହା ସାମ୍ନାକୁ ଆସିଛି ଯେ ଶିଖର ଧୱନଙ୍କ ପତ୍ନୀ ଆୟେଶା ମୁଖାର୍ଜୀ ମଧ୍ୟ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ କରିଛନ୍ତି । ନଭେମ୍ବର ୨୦୨୦ରେ, ଉଭୟ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଥିବା ଖବର ଆସିଥିଲା । ଏହା ସହିତ ଆୟେଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଶିଖରଙ୍କ ଫଟୋ ହଟାଇଥିଲେ । ଯଦିଓ ଧୱନଙ୍କ ଆକାଉଣ୍ଟରେ ଆୟେଶାଙ୍କ ଫଟୋ ଥିଲା ।

Leave a Reply

%d bloggers like this: