ଚୀନ ଓ ପାକିସ୍ତାନ ସହ ଏହି ପରିଯୋଜନାରେ ସାମିଲ ହେଲା ତାଲିବାନ, ଭାରତ ପାଇଁ ବଢ଼ିଲା ଚିନ୍ତା

ଚୀନ ଓ ପାକିସ୍ତାନ ସହ ଏହି ପରିଯୋଜନାରେ ସାମିଲ ହେଲା ତାଲିବାନ, ଭାରତ ପାଇଁ ବଢ଼ିଲା ଚିନ୍ତା

ଚୀନ ଓ ପାକିସ୍ତାନ ସହ ଏହି ପରିଯୋଜନାରେ ସାମିଲ ହେଲା ତାଲିବାନ, ଭାରତ ପାଇଁ ବଢ଼ିଲା ଚିନ୍ତା

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୭ : ତାଲିବାନକୁ ଖୁଲମଖୁଲା ସମର୍ଥନ କରୁଛନ୍ତି ଚୀନ ଓ ପାକିସ୍ତାନ । ଏହା ମଧ୍ୟରେ ଗତ ସୋମବାର ପ୍ରେସ୍ କନଫରେନ୍ସ କରି ଚୀନ ଓ ପାକିସ୍ତାନକୁ ଖୁସି କରାଇ ଦେଇଛି ତାଲିବାନ । ଚୀନ-ପାକିସ୍ତାନ ଅର୍ଥନୈତିକ କରିତରରେ ଆଫଗାନିସ୍ତାନ ମଧ୍ୟ ସାମିଲ ହେବ ବୋଲି ଗତକାଲି ପ୍ରେସ୍ କନଫରେନ୍ସ କରି ଘୋଷଣା କରିଛି ତାଲିବାନ । ଏହା ପ୍ରାୟ ୬୦ ଅରବ ଡଲାରର ପ୍ରକଳ୍ପ । ତାଲିବାନ ଏହି ପ୍ରକଳ୍ପରେ ସମସ୍ତ ପ୍ରକାର ସାହାଯ୍ୟ କରିବ ବୋଲି ଦାବି କରିଛି । ତାଲିବାନର ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦୀନ ଏନେଇ ଘୋଷଣା କରିଛନ୍ତି ।

ତେବେ ତାଲିବାନ ପାକିସ୍ତାନ ଓ ଚୀନ ସହ ହାତ ମିଳାଇବା ପରେ ଭାରତ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । ଭାରତ ଆଫଗାନିସ୍ତାକୁ ଅନ୍ତରାଷ୍ଟ୍ରୀୟ ଉତ୍ତର-ଦକ୍ଷିଣ ଟ୍ରାଞ୍ଜିଟ୍ କରିଡର ପରିଯୋଜନାରେ ସାମିଲ କରିବାକୁ ପ୍ରଚେଷ୍ଟା କରୁଥିଲା । ତେବେ ଦେଖିବାକୁ ଗଲେ ଭାରତ ଆଫଗାନିସ୍ତାନ ଉପରେ ୱେଟ୍ ଆଣ୍ଡ ୱାଚ୍ ନୀତି ଆପଣେଇଛି ।

Leave a Reply

%d bloggers like this: