ଜେଲ୍‌ରେ ସୁଡ଼ଙ୍ଗ ଖୋଳି ଖସିଗଲେ ୬ କଏଦୀ

ଜେଲ୍‌ରେ ସୁଡ଼ଙ୍ଗ ଖୋଳି ଖସିଗଲେ ୬ କଏଦୀ

ଜେଲ୍‌ରେ ସୁଡ଼ଙ୍ଗ ଖୋଳି ଖସିଗଲେ ୬ କଏଦୀ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୭ : ଇସ୍ରାଏଲର ଜେଲରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଫିଲ୍ମ ଷ୍ଟାଇଲରେ କଏଦୀ ଏଭଳି ଫେରାର ହୋଇଯାଇଛନ୍ତି । ଇସ୍ରାଏଲର ସବୁଠାରୁ ସୁରକ୍ଷିତ ଓ ଜଣାଶୁଣା ଜେଲରେ ସୁଡ଼ଙ୍ଗ କରି ପାଲେଷ୍ଟାଇନର ୬ ଜଣ କଏଦୀ ଫେରାର ହୋଇଯାଇଛନ୍ତି । ଆଉ ଏହି ସୁଡ଼ଙ୍ଗ ଖୋଳିବାକୁ ସେମାନେ ଚାମରର ବ୍ୟବହାର କରିଥିଲେ, ଯାହାକୁ ସେମାନେ ଲୁଚାଇକି ରଖିଥିଲେ ।

ଏହି କଏଦୀମାନେ ବାଥରୁମ୍‌ର ସିଙ୍କ୍ ତଳେ ଖୋଳିଥିବା ସୁଡ଼ଙ୍ଗ ଯୋଗେ ଇସ୍ରାଏଲର ଏହି ଜେଲରୁ ସୋମବାର ଫେରାର ହୋଇଯାଇଛନ୍ତି । ଫେରାର କଏଦୀଙ୍କ ଭିତରେ ଜଣେ ଶୀର୍ଷ ଶ୍ରେଣୀର ଏଆଇ ଆକସାର ଆତଙ୍କବାଦୀ ନେତା ରହିଛି । ସେଭଳି ଅନ୍ୟ ୫ ଜଣ କଏଦୀ ଗାଜା ସ୍ଥିତ ଏକ ସଙ୍ଗଠନର ବୋଲି ଜଣାପଡ଼ିଛି । ସୁଡ଼ଙ୍ଗ ଖୋଳିବା ପାଇଁ ସେମାନେ ଏକ ଚାମଚର ବ୍ୟବହାର କରିଥିଲେ ।

ଏହି କଏଦୀମାନେ ଗିଲ୍ୱୋଆ ଜେଲରେ ସୁଡ଼ଙ୍ଗ କରି ଫେରାର ହୋଇଯାଇଛନ୍ତି । ଏହି ଜେଲ ପଶ୍ଚିମ ଉପକୂଳର ଉତ୍ତର ଦିଗରେ ରହିଛି ଓ ସବୁଠାରୁ ସୁରକ୍ଷିତ ବୋଲି କୁହାଯାଏ । କଏଦୀମାନେ ବାଥରୁମ୍ ଭିତରୁ ଜେଲ୍ ବାହାର ପର୍ଯ୍ୟନ୍ତ ସୁଡ଼ଙ୍ଗ ଖୋଳିଥିଲେ । ଇସ୍ରାଏଲର ଅଧିକାରୀଙ୍କ କହିବା ଅନୁସାରେ, ସେମାନେ ରାସ୍ତାରେ ବ୍ୟାରିକେଟ୍ ଲଗାଇ ଫେରାରର କଏଦୀଙ୍କୁ ଖୋଜାଖୋଜି କରୁଛନ୍ତି ।

Leave a Reply

%d bloggers like this: