ଅଶ୍ଳୀଳ ଭିଡିଓ ମାମଲା : ଗେହନା ବଶିଷ୍ଠଙ୍କ ଜାମିନ ଆବେଦନ ପୁଣି ଖାରଜ, ଏସ୍‌ସି ଯିବେ ଅଭିନେତ୍ରୀ

ଅଶ୍ଳୀଳ ଭିଡିଓ ମାମଲା : ଗେହନା ବଶିଷ୍ଠଙ୍କ ଜାମିନ ଆବେଦନ ପୁଣି ଖାରଜ, ଏସ୍‌ସି ଯିବେ ଅଭିନେତ୍ରୀ

ଅଶ୍ଳୀଳ ଭିଡିଓ ମାମଲା : ଗେହନା ବଶିଷ୍ଠଙ୍କ ଜାମିନ ଆବେଦନ ପୁଣି ଖାରଜ, ଏସ୍‌ସି ଯିବେ ଅଭିନେତ୍ରୀ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୭ : ଅଶ୍ଳୀଳ ଭିଡିଓ ମାମଲାରେ ଅଭିନେତ୍ରୀ ଗେହନା ବଶିଷ୍ଠଙ୍କ ଜାମିନ ଆବେଦନକୁ ପୁଣି ଥରେ ପ୍ରତ୍ୟାଖାନ କରାଯାଇଛି । ବମ୍ବେ ହାଇକୋର୍ଟ ଗେହନାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଗେହନାଙ୍କ ଓକିଲ କହିଛନ୍ତି ଯେ ବର୍ତ୍ତମାନ ମାମଲା ସୁପ୍ରିମକୋର୍ଟକୁ ଯିବ ।

ଗେହନାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ୍ ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ କରିଥିଲା । ହାଇକୋର୍ଟଙ୍କ ପୂର୍ବରୁ ଗେହନା ସେସନ କୋର୍ଟରେ ଏକ ଜାମିନ ଆବେଦନ କରିଥିଲେ କିନ୍ତୁ ଜାମିନ ପାଇନଥିଲେ, ଏହା ପରେ ସେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯେଉଁଠାରେ ସେ ନିରାଶ ହୋଇଛନ୍ତି ।

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବ୍ୟବସାୟୀ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଗେହନା ତାଙ୍କ ସପୋର୍ଟରେ ବାହାରିଥିଲେ । ସେ କହିଥିଲେ, ମୁଁ ରାଜ କୁନ୍ଦ୍ରାଙ୍କ ସହ ୩ଟି ଫିଲ୍ମ କରିସାରିଛି, ରାଜ ମୋ ଉପରେ କୈଣସି ପ୍ରକାର ଚାପ ପକାଇ ନାହାନ୍ତି ଏବଂ ଏହା ଆଡଲ୍ଟ ଭିଡିଓ ନୁହେଁ ବରଂ ଇରୋଟିକ୍ ଭିଡିଓ ।

ଏହା ବ୍ୟତୀତ ଗଣମାଧ୍ୟମକୁ ଦିଆଯାଇଥିବା ଏକ ଇଣ୍ଟରଭ୍ୟୁରେ ଗେହନା କହିଥିଲେ ଯେ ଯେଉଁମାନେ ଆଡଲ୍ଟ କଣ୍ଟେଟ୍ ବିଷୟରେ କହୁଛନ୍ତି ତା ବୋଲ୍ଡ ଫିଲ୍ମ । ଏହିପରି ଫିଲ୍ମ ଆଡଲ୍ଡ କାଟାଗୋରୀରେ ଆସେ ନାହିଁ, ଏହାକୁ ଏକ ଭୁଲ ଉପାୟରେ ଉପସ୍ଥାପିତ କରାଯାଉଛି ।

Leave a Reply

%d bloggers like this: