ଅଟୋରେ ଚାଲାଣ ବେଳେ ମାଡ଼ିବସିଲା ପୋଲିସ : ଦେଢ଼ କୁଇଣ୍ଟାଲ୍ ନକଲି ଜର୍ଦ୍ଦା ଜବତ

ଅଟୋରେ ଚାଲାଣ ବେଳେ ମାଡ଼ିବସିଲା ପୋଲିସ : ଦେଢ଼ କୁଇଣ୍ଟାଲ୍ ନକଲି ଜର୍ଦ୍ଦା ଜବତ

ଅଟୋରେ ଚାଲାଣ ବେଳେ ମାଡ଼ିବସିଲା ପୋଲିସ : ଦେଢ଼ କୁଇଣ୍ଟାଲ୍ ନକଲି ଜର୍ଦ୍ଦା ଜବତ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୭ : ଅଟୋରେ ଯାଉଥିଲା ନକଲି ଜର୍ଦ୍ଦା । ଅଟୋ ସହ ନକଲି ଜର୍ଦ୍ଦାକୁ ଜବତ କରିଲା ପୋଲିସ । ଏଥିରେ ସମ୍ପୃକ୍ତ ଜଣକୁ ପୁରୁଣାବଜାର ପୋଲିସ ଗିରଫ କରିଛି । ସୁଚନା ଅନୁଯାୟୀ, ଏକ ଅଟୋ ଯୋଗେ ପୁରୁଣାବଜାର ଥାନା ଲାହାପାଟି ଅଞ୍ଚଳରୁ ଯାଜପୁରକୁ ନକଲି ଜର୍ଦ୍ଦା ଚାଲାଣ ହେଉଥିଲା । ଏହି ସମୟରେ ପୁରୁଣାବଜାର ପୋଲିସ କୈାଣସି ସୂତ୍ରକୁ ଖବର ପାଇ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା ।

ଯାଞ୍ଚ ସମୟରେ ଅଟୋ ମଧ୍ୟରେ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଥିବା ପୋଲିସ ଜାଣିବାକୁ ପାଇବା ପରେ, ନକଲି ଜର୍ଦ୍ଦା ସହ ଅଟୋକୁ ଅଟୋକୁ ଜବତ କରିଛି ପୋଲିସ । ପ୍ରାୟ ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ନକଲି ଜର୍ଦ୍ଦା ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁରୁଣାବଜାର ପୋଲିସ । ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।

Leave a Reply

%d bloggers like this: