ସିନେମା ହଲ ଖୋଲିବାକୁ ମହାରାଷ୍ଟ୍ର ସରକାରଙ୍କୁ କଙ୍ଗାନାଙ୍କ ଅପିଲ

ସିନେମା ହଲ ଖୋଲିବାକୁ ମହାରାଷ୍ଟ୍ର ସରକାରଙ୍କୁ କଙ୍ଗାନାଙ୍କ ଅପିଲ

ସିନେମା ହଲ ଖୋଲିବାକୁ ମହାରାଷ୍ଟ୍ର ସରକାରଙ୍କୁ କଙ୍ଗାନାଙ୍କ ଅପିଲ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୭ : ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଥଲାଇଭି’ର ରିଲିଜ୍ ପୂର୍ବରୁ ଅଭିନେତ୍ରୀ କଙ୍ଗନା ରଣାୱତ୍ ମହାରାଷ୍ଟ୍ର ସରକାରଙ୍କୁ ସିନେମା ହଲ୍ ଖୋଲିବାକୁ ଅନୁମତି ଦେବାକୁ ଅପିଲ କରିଛନ୍ତି ଯେପରି ଫିଲ୍ମ ଉଦ୍ୟୋଗ ବଞ୍ଚିଯିବ । ନିଜ ଇନଷ୍ଟଫାଗ୍ରାମ ଷ୍ଟୋରୀ ମାଧ୍ୟମରେ ସେ ମହାରାଷ୍ଟ୍ର ସରକାରଙ୍କୁ ଅପିଲ କରିଛନ୍ତି । ସେ କହିଛନ୍ତି, ‘ମହାରାଷ୍ଟ୍ରରେ କରୋନା ମାମଲା ମଧ୍ୟରେ ମୁଁ ମହାରାଷ୍ଟ୍ର ସରକାରଙ୍କୁ ମୁଁ ରାଜ୍ୟରେ ସିନେମା ହଲ ଖୋଲିବାକୁ ଅପିଲ କରୁଛି ଓ ଶେଷ ହେବାକୁ ଥିବା ସିନେମା ଉଦ୍ୟୋଗ ଓ ଥିଏଟର ବ୍ୟବସାୟ ବଞ୍ଚାଇବାକୁ ଅନୁରୋଧ କରୁଛି ।’

ମଙ୍ଗଳବାର ସକାଳୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ସେ ଏକ ନୋଟ ଲେଖିଛନ୍ତି । ସେ ଲେଖଛନ୍ତି ‘ମହାରାଷ୍ଟ୍ରରେ ରୋସ୍ତୋରାଁ, ହୋଟେଲ, କାର୍ଯ୍ୟାଳୟ, ଲୋକାଲ ଟ୍ରେନ୍ ସବୁ ଚାଲୁଛି । କିନ୍ତୁ କୋଭିଡ ଯୋଗୁଁ ସିନେମା ଥିଏଟର ବନ୍ଦ ଅଛି । ମହାରାଷ୍ଟ୍ର ସରକାରଙ୍କ କୋଭିଡ ନିୟମ ଅନୁସାରେ କରୋନା କେବଳ ସିନେମାହଲ, ଥିଏଟରରେ ବ୍ୟାପୁଛି ।’

Leave a Reply

%d bloggers like this: