ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ ପୁଅକୁ ଖଣ୍ଡାରେ ହାଣିଲେ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ ପୁଅକୁ ଖଣ୍ଡାରେ ହାଣିଲେ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ ପୁଅକୁ ଖଣ୍ଡାରେ ହାଣିଲେ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୭ : ଜୟପୁର ବିସିଂହପୁର ଥାନା ଅନ୍ତର୍ଗତ ଘଟୁଆଳ ଗୁଡ଼ାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପା ଓ ପୁଅଙ୍କୁ ଆକ୍ରମଣ । ଘଟଣାସ୍ଥଳରେ ପୁଅରୁ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି । ଗୁରୁତର ବାପାଙ୍କୁ ପ୍ରଥମେ କୁମୁଲି ଓ ପରେ ବୋରିଗୁମ୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ପୁଅ ଫକୀର ବିଶୋଇ । ଗୁରୁତର ବାପା ହେଲେ ଦୟାନିଧି ବିଶୋଇ । ସେପଟେ ରକ୍ତାକ୍ତ ଅବସ୍ଥାରେ ଫକୀରଙ୍କ ଶବ ପଡ଼ିଛି । ଖବର ପାଇ ବିସିଂହପୁର ପୋଲିସ ଘଟୁଆଳ ଗୁଡ଼ାରେ ପହଞ୍ଚି ଘଟମାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗ୍ରାମର ବିଦ୍ୟାଧର ବିଶୋଇ ଓ ଦୟାନିଧି ବିଶୋଇଙ୍କ ପରିବାର ମଧ୍ୟରେ ପୂର୍ବରୁ ଏକ ଲିପ୍ଟ ପଏଣ୍ଟକୁ ନେଇ ବିବାଦ ରହିଥିଲା । ତେବେ ସୋମବାର ରାତିରେ ବିଦ୍ୟାଧର ତାଙ୍କର କିଛି ସହଯୋଗୀଙ୍କ ସହ ଆସି ଫକୀରଙ୍କୁ ଖଣ୍ଡାରେ ହାଣିଥିଲେ । ତାପରେ ବାପା ଦୟାନିଧିଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।
ଘଟମାସ୍ଥଳରେ ଫକୀରଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଦୟାନିଧି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗ୍ରାମରେ ସନ୍ଧ୍ୟା ସମୟରେ ଏକ ପୂଜା ଚାଲିଥିବା ବେଳେ ଏଭଳି ଘଟମା ଘଟିଥିଲା । ହତ୍ୟାକାଣ୍ଡକୁ ନେଇ ଗ୍ରାମର ୪ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ସେପଟେ ଘଟଣାରେ ଜଡ଼ିତ ଜଣେ ଫେରାର ଥିବା ପରିବାର ତରଫରୁ ଅଭିଯୋଗ ହୋଇଛି । ସାଇଣ୍ଟିଫିକ୍ ଟିମ୍‌କୁ ଡାକି ଏହାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଦାମୋଦର ବିହାରୀ ।

Leave a Reply

%d bloggers like this: