ଆମ୍ବ ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଆମ୍ବ ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଆମ୍ବ ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୬ : ଆଠମଲ୍ଲିକ୍ ଏନଏସି ୧୦ ନଂ ୱାର୍ଡର ବାସିନ୍ଦାକାଳିଆ ସାହୁଙ୍କର ପୁଅ ସତ୍ୟଜିତ ସାହୁ ଆଜି ସକାଳୁ ତାଙ୍କର ନିଜ ଘର ବାଡ଼ି ଆମ୍ବ ଗଛରେ ବେକରେ ଏକ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି ।

ଘର ଲୋକଙ୍କର କହିବା ମୁତାବକ ବାପି କାଲି ରାତି ୧୦ଟା ବେଳକୁ ଘରକୁ ଆସିଥିଲା । ମା’ର ଗୋଡ଼ ମୋଡ଼ି ଥିଲା । ପରେ ମୋବାଇଲ ଦେଖୁଥିଲା । ପରେ ସେ କାହିଁକି ଓ କେଉଁ କାରଣରୁ ଆତ୍ମହତ୍ୟା କଲା ତାହା କାହାକୁ ଜଣାନାହିଁ । ବାପିର ବାପା ଓ ମା’ ଓ ବିଷୟରେ କିଛି କହିପାରୁନାହାଁନ୍ତି । ବାପିର ବାପା କାଳିଆ ସାହୁ ଆଠମଲ୍ଲିକ ଏନଏସି ଜଣେ କର୍ମଚାରୀ । ସେ ପୁଅର ଏଭଳି ଆତ୍ମହତ୍ୟା କରିବା ଘଟଣାରେ ଗଭୀର ମର୍ମାହତ ହୋଇଛନ୍ତି ।

Leave a Reply

%d bloggers like this: