ସେପ୍ଟେମ୍ବର ୨୭ରେ ଚାଷୀ ସଂଙ୍ଗଠନର ଭାରତ ବନ୍ଦ ଡାକରା

ସେପ୍ଟେମ୍ବର ୨୭ରେ ଚାଷୀ ସଂଙ୍ଗଠନର ଭାରତ ବନ୍ଦ ଡାକରା

ସେପ୍ଟେମ୍ବର ୨୭ରେ ଚାଷୀ ସଂଙ୍ଗଠନର ଭାରତ ବନ୍ଦ ଡାକରା

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୬ : ପୁଣି ତେଜୁଛି ଚାଷୀ ଆନ୍ଦୋଳନ । କେନ୍ଦ୍ର ବିରୋଧରେ ପୁଣି ସ୍ୱର ଶାଣିତ କରିବାକୁ ଚାଷୀ । ଏକାଠି ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟକୁ ବିରୋଧ କରି ଚାଷୀ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି ।

ସୂଚନାମୁତାବକ, ଏହିଦିନ ସାରା ଦେଶରେ ଟ୍ରେନ୍ ଏବଂ ବସ୍ ଚଳାଚଳ ବନ୍ଦ କରାଯିବ । ଏହାଛଡ଼ା ଆଗାମୀ ଦିନରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଅନ୍ୟାନ୍ୟ ନିର୍ବାଚନରେ ବିଜେପି ବିରୋଧରେ ଚାଷୀ ସଙ୍ଗଠନ ରାଲି କରିବ ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି । କରୋନାଠାରୁ କେନ୍ଦ୍ର ସରକାରଙ୍କ କୃଷି ଆଇନ ଓ ଅଧିକ ଭୟାନକ ବୋଲି ଟିକାୟତ କହିଛନ୍ତି । ଦିଲ୍ଲୀ ସୀମାରେ ଦୀର୍ଘ ମାସ ଧରି ଚାଷୀ ଆନ୍ଦୋଳନରେ ବସିଥିଲେ ବି ଚାଷୀଙ୍କ ପ୍ରତି ସରକାର ଯେଉଁ ଭଳି ଆଭିମୁଖ୍ୟ ଦେଖାଇଛନ୍ତି, ତା’ର କଡ଼ା ପ୍ରତିବାଦ କରିବାକୁ ପ୍ରସ୍ତୁତ ହୋଇଛି ରଣନୀତି ।

Leave a Reply

%d bloggers like this: