ଦେଶକୁ ମିଳିବ ପ୍ରଥମ ଜାତୀୟ ରାଜପଥ, ଯେଉଁଠି ଅବତରଣ କରିପାରିବ IAF ଯୁଦ୍ଧ ବିମାନ

ଦେଶକୁ ମିଳିବ ପ୍ରଥମ ଜାତୀୟ ରାଜପଥ, ଯେଉଁଠି ଅବତରଣ କରିପାରିବ IAF ଯୁଦ୍ଧ ବିମାନ

ଦେଶକୁ ମିଳିବ ପ୍ରଥମ ଜାତୀୟ ରାଜପଥ, ଯେଉଁଠି ଅବତରଣ କରିପାରିବ IAF ଯୁଦ୍ଧ ବିମାନ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୬ : ଜାତୀୟ ରାଜରଥରେ ଲ୍ୟାଣ୍ଡ କରପାରିବ ଭାରତୀୟ ବାୟୁସେନାର ଲଢ଼ାକୁ ବିମାନ । ରାଜସ୍ଥାନର ବାଡ଼ମେରରେ ନିର୍ମାଣ ସରିଥିବା ଜାତୀୟ ରାଜପଥରେ ଆଇଏଏଫର ଲଢ଼ାକୁ ବିମାନ ଲ୍ୟାଣ୍ଡ କରିପାରିବ । ବୁଧବାର ଅର୍ଥାତ୍ ୮ ତାରିଖରେ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଜାତୀୟ ରାଜପଥକୁ ଉଦ୍‌ଘାଟନ କରିବେ ।

ସଡ଼କ ଓ ପରିବହନ ମନ୍ତ୍ରଣାଳୟରେ ଜଣେ ଅଧିକାରୀ କହିଛନ୍ତି, ଜାତୀୟ ରାଜପଥରେ ପ୍ରସ୍ତୁତ କରାଯାଇଥିବା ପ୍ରଥମ ରନ୍‌ୱେକୁ ଉଦ୍‌ଘାଟନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଓ ରାଜନାଥ ସିଂହ ବାଡ଼ମେର ଗସ୍ତ କରିବେ । ଜାତୀୟ ରାଜପଥରେ ଲଢ଼ାକୁ ବିମାନ ଲ୍ୟାଣ୍ଡ କରିବାକୁ ଥିବା ରୋଡ ଷ୍ଟ୍ରିପ୍ ବାଡ଼ମେର ରହିଛି । ଏନଏଚଆଇ ଓ ବାୟୁସେନାର ମିଳିତ ଭାବେ ଏହି ରୋଡ ଷ୍ଟ୍ରିପ୍ ନିର୍ମାଣ କରିଛନ୍ତି ।

ଏହା ପୂର୍ବରୁ ଆଗ୍ରା-ଲକ୍ଷନଉ ଏକ୍ସପ୍ରେସୱେରେ ମଧ୍ୟ ଏୟାର ଷ୍ଟ୍ରିପ୍ ନିର୍ମାଣ ହୋଇଛି । ଯେଉଁଠି କେବଳ ଲଢ଼ାକୁ ବିମାନ ଅବତରଣ କରିପାରିବ । କେବଳ ଲ୍ୟାଣ୍ଡିଂ ନୁହେଁ ଟେକ୍ ଅଫ୍ ମଧ୍ୟ କରିପାରିବ ।

Leave a Reply

%d bloggers like this: