ପଞ୍ଜଶୀର ଘାଟିରେ ପତାକା ଉଡ଼ାଇଲା ତାଲିବାନ, ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ କବ୍‌ଜା କରିଥିବା ଦାବି

ପଞ୍ଜଶୀର ଘାଟିରେ ପତାକା ଉଡ଼ାଇଲା ତାଲିବାନ, ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ କବ୍‌ଜା କରିଥିବା ଦାବି

ପଞ୍ଜଶୀର ଘାଟିରେ ପତାକା ଉଡ଼ାଇଲା ତାଲିବାନ, ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ କବ୍‌ଜା କରିଥିବା ଦାବି

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୬ : ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ କବଜାକୁ ନେଲା ତାଲିବାନ । ପଞ୍ଜଶୀର ଘାଟି ଉପରେ ଘମାଘୋଟ ଲଢ଼େଇ ପରେ ତାଲିବାନ ହାତକୁ ଗଲା ପଞ୍ଜଶୀର ଘାଟି । ପଞ୍ଜଶୀରକୁ ସମ୍ପୂର୍ଣ୍ଣ ନିଜ ଅକ୍ତିଆରକୁ ନେଇଥିବା ତାଲିବାନ ଦାବି କରିଛି । ପଞ୍ଜଶୀର ମୁଖ୍ୟ ପ୍ରବେଶ ପଥ ଓ ଗଭର୍ଣ୍ଣ ଅଫିସ୍ ବାହାରେ ତାଲିବାନ ପତାକା ଉଡ଼ାଇଛି । ତାଲିବାନ ମିଲିଟାରୀ ମୁଖପାତ୍ର ଏନେଇ ଏକ ଭିଡିଓ ଜାରି କରି ଦାବି କରିଛନ୍ତି । ତାଲିବାନୀ କମାଣ୍ଡୋଙ୍କ ସହ କିଛି ବରିଷ୍ଠ ନେତା ଏହି ପତାକା ଉତ୍ତୋଳନ କରିଛନ୍ତି । ଯେଉଁ ପ୍ରବେଶ ପଥରେ ଅହମ୍ମଦ ମାସୁଦ ଓ ଅମରୁଲ୍ଲାହ ଧରି ନର୍ଦନ ଆଲାଇନ୍ସର ଅଧିକୃତ ଥିଲା ତାହାକୁ ଅକ୍ତିଆର କରିଛି ତାଲିବାନ ।

ତେବେ ଏହି ଦାବିକୁ ଖଣ୍ଡନ କରିଛନ୍ତି ମାସୁଦ ଓ ଉପରାଷ୍ଟ୍ରପତି ଅମରୁଲ୍ଲାହ । ସେ କହିଛନ୍ତି ଯେ, ରେଜିଷ୍ଟାନ୍ସ ଫୋର୍ସମାନେ ଘାଟି ଜଗିଛନ୍ତି ଏବଂ ପଞ୍ଜଶୀରକୁ ସୁରକ୍ଷା ଦେଉଛନ୍ତି । କୁହାଯାଉଛି ଯେ, ପାକିସ୍ତାନ ଏୟାର ଫୋର୍ସ ତାଲିବାନୀ ଆତଙ୍କୀଙ୍କୁ ସହାୟତା କରି ପଞ୍ଜଶୀର ଘାଟିରେ ଆକ୍ରମଣ କରିଛି । ଅପରପକ୍ଷରେ ତାଲିବାନ ଦାବି କରିଛି ଯେ, ସେମାନେ ରେଜିଷ୍ଟାନ୍ସ ଫୋର୍ସର ଚିଫ୍ କମାଣ୍ଡର ସାଲେହଙ୍କୁ ହତ୍ୟା କରିଛନ୍ତି । ତାଲିବାନ ସମ୍ପୂର୍ଣ୍ଣ ରୂପରେ ତାଲିବାନ ଉପରେ କବଜା କରିସାରିଛି ।

Leave a Reply

%d bloggers like this: