ହୀରା ମୁଦି ନ ଦେବାରୁ ଭାଙ୍ଗିଲା ନିର୍ବନ୍ଧ, କନ୍ୟାକୁ ପିଟିଲେ ପୁଅ

ହୀରା ମୁଦି ନ ଦେବାରୁ ଭାଙ୍ଗିଲା ନିର୍ବନ୍ଧ, କନ୍ୟାକୁ ପିଟିଲେ ପୁଅ

ହୀରା ମୁଦି ନ ଦେବାରୁ ଭାଙ୍ଗିଲା ନିର୍ବନ୍ଧ, କନ୍ୟାକୁ ପିଟିଲେ ପୁଅ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୬ : ପଞ୍ଜାବର ଜଳନ୍ଧରରେ ଘଟିଛି ଏକ ଅଭାବନୀୟ ଘଟଣା । ବରକୁ ଏଠି ହୀରା ମୁଦି ନ ମିଳିବାରୁ ନିର୍ବନ୍ଧ ଭାଙ୍ଗିଗଲା । କେବଳ ଏତିକି ନୁହେଁ ବରକୁ ହୀରା ମୁଦି ନ ଦେବାରୁ ବରପକ୍ଷ କନ୍ୟା ପକ୍ଷ ମଧ୍ୟରେ ମାରପିଟ୍ ବି ହୋଇଛି । ଜଳନ୍ଧରର ରାମାମଣ୍ଡିର ଏକ ହୋଟେଲରେ ଚାଲିଥିବା ନିର୍ବନ୍ଧରେ ହୀରା ମୁଦି ନେଇ କନ୍ୟା ଏବଂ ବର ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ବଢ଼ିଗଲା ଯେ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଥିଲା । କେବଳ ଏତିକି ନୁହେଁ ହୀରା ମୁଦି ନ ପାଇବା କାରଣରୁ ପୁଅ ଘର ଲୋକେ କନ୍ୟାକୁ ଚୁଟି ଟାଣି ମାଡ଼ ମାରିଥିବା ଅଭିଯୋଗ ବି ହୋଇଛି ।
ବର ପରିବାର ଲୋକେ ହୀରା ମୁଦି ନ ମିଳିବାରୁ ଝିଅକୁ ମାଡ଼ ମାରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଝିଅ ପକ୍ଷ ଅଭିଯୋଗରେ ପୋଲିସ ସେମାନଙ୍କୁ ଖୋଜୁଛି । ତେବେ ଏହି ସମୟରେ ପୂରା ଘଟଣା ସିସିଟିଭି କ୍ୟାମରୋରେ କଏଦ ହୋଇଛି । ସମସ୍ତ ଫୁଟେଜକୁ ଜବତ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, କନ୍ୟା ପରିବାର ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି ଯେ ନିର୍ବନ୍ଧ ପୂର୍ବରୁ ହୀରା ମୁଦି କହିଥିଲେ । କିନ୍ତୁ ଯେତେବେଳେ ପରିବାର ରବିବାର ଦିନ ନିର୍ବନ୍ଧରେ ମୁଦି ପିନ୍ଧା ପ୍ରଥା ଆରମ୍ଭ ହେଲା ସେହି ସମୟରେ ପୁଅ ଘର ଦୁଇଟି ହୀରା ମୁଦି, ସୁନୀ ବଳା ଏବଂ କାନଫୁଲ ମାଗିଥିଲେ । ଯାହାପରେ ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ଯାହାପରେ ପରସ୍ପର ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଥିଲା । ତେବେ ପୋଲିସ ମଧ୍ୟସ୍ଥିକୁ ପଚରାଉଚରା କରିବା ପରେ ପୁଅ ଆଗରୁ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡ଼ିଥିଲା । ପ୍ରଥମ ପତ୍ନୀଙ୍କୁ ସେ ଛାଡ଼ିଦେଇଥିବା ଜଣାପଡ଼ିଛି ।

Leave a Reply

%d bloggers like this: