ପିମ୍ପୁଡ଼ି ଶୂନ୍ୟ ସ୍ଥାନ ଗ୍ରୀନ୍‌ଲ୍ୟାଣ୍ଡ

ପିମ୍ପୁଡ଼ି ଶୂନ୍ୟ ସ୍ଥାନ ଗ୍ରୀନ୍‌ଲ୍ୟାଣ୍ଡ

ପିମ୍ପୁଡ଼ି ଶୂନ୍ୟ ସ୍ଥାନ ଗ୍ରୀନ୍‌ଲ୍ୟାଣ୍ଡ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୬ : ପୃଥିବୀରେ କ୍ୱଚିତ୍ ଏଭଳି ସ୍ଥାନ ଥିବ ଯେଉଁଠାରେ ପିମ୍ପୁଡ଼ି ଦେଖିବାକୁ ମିଳେନାହିଁ । ପରିସଂଖ୍ୟାନ ଅନୁସାରେ, ପୃଥିବୀରେ ୧୨ ହଜାରରୁ ଅଧିକ ପ୍ରଜାତିର ପିମ୍ପୁଡ଼ି ରହିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ କଳା, ନାଲି ଏବଂ ବାଦାମୀ ରଙ୍ଗର । ବିଶ୍ୱରେ ଦେଖାଯାଉଥିବା ପିମ୍ପୁଡ଼ିଗୁଡ଼ିକ ମଧ୍ୟରେ ଅନେକ ବିଷାକ୍ତ ପିମ୍ପୁଡ଼ି ମଧ୍ୟ ରହିଛନ୍ତି । ଆଫ୍ରିକାରେ ଏପରି କିଛି ମାରାତ୍ମକ ପିମ୍ପୁଡ଼ିକୁ ଦେଖିବାକୁ ମିଳେ, ଯେଉଁମାନେ କାମୁଡ଼ିବା ମାତ୍ରେ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥାଏ । ତେବେ ବିଶ୍ୱରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଗୋଟିଏ ବି ପିମ୍ପୁଡ଼ି ଦେଖିବାକୁ ମିଳେନାହିଁ । ଏହା ହେଉଛି ଗ୍ରୀନ୍‌ଲ୍ୟାଣ୍ଡ । ଏହା ବିଶ୍ୱର ସବୁଠାରୁ ବଡ଼ ଦ୍ୱୀପ । ଏଠାରେ ଆଦୈା ପିମ୍ପୁଡ଼ି ଦେଖାଯାନ୍ତି ନାହିଁ ।

ଗ୍ରୀନଲ୍ୟାଣ୍ଡର ଜଳବାୟୁ ବହୁତ ଥଣ୍ଡା କାରଣରୁ ଏଠାରେ ପିମ୍ପୁଡ଼ି ବଞ୍ଚିପାରନ୍ତି ନାହିଁ । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଥଣ୍ଡା ପାଣିପାଗ ଏବଂ ଜଳବାୟୁ ପିମ୍ପୁଡ଼ି ଉପରେ ନକାରତ୍ମକ ପ୍ରଭାବ ପକାଇଥାଏ । ଏହି କାରଣରୁ ଏଠାରେ ଗୋଟିଏ ବି ପିମ୍ପୁଡ଼ି ହେଖିବାକୁ ମିଳେନାହିଁ । ବରଫାବୃତ ଆଣ୍ଟାର୍କଟିକାରେ ମଧ୍ୟ ଏହି କାରଣରୁ ପିମ୍ପୁଡ଼ି ଦେଖିବାକୁ ମିଳେନାହିଁ । ବୈଜ୍ଞାନିକମାନଙ୍କ କହିବାନୁସାରେ, ଏହି ସ୍ଥାନଗୁଡ଼ିକ ପିମ୍ପୁଡ଼ି ପାଇଁ କୈାଣସି ଖାଦ୍ୟ ଶୃଙ୍ଖଳ ନାହିଁ । ଏହି କାରଣରୁ ପିମ୍ପୁଡ଼ି ବଞ୍ଚିପାରିବେ ନାହିଁ । ଗ୍ରୀନ୍‌ଲ୍ୟାଣ୍ଡର ପ୍ରାକୃତିକ ପରିବେଶ ଖୁବ୍ ସୁନ୍ଦର । ଏହାର ଏକ ବଡ଼ ବରଫରେ ଆଚ୍ଛାଦିତ । ରାଜନୈତିକ ଦୃଷ୍ଟିକୋଣରୁ ଏହି ସ୍ଥାନ ଉତ୍ତର ଆମେରିକାର ଏକ ଅଂଶ ।

Leave a Reply

%d bloggers like this: