ପଞ୍ଜଶିର ପଞ୍ଜାରେ ତାଲିବାନ : ୭୦୦ ନିପାତ, ୬୦୦ରୁ ଅଧିକ ଅଟକ

ପଞ୍ଜଶିର ପଞ୍ଜାରେ ତାଲିବାନ ୭୦୦ ନିପାତ, ୬୦୦ରୁ ଅଧିକ ଅଟକ

ପଞ୍ଜଶିର ପଞ୍ଜାରେ ତାଲିବାନ ୭୦୦ ନିପାତ, ୬୦୦ରୁ ଅଧିକ ଅଟକ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୫ : ବିଦ୍ରୋହୀ ଆଗରେ ମାଟି କାମୁଡ଼ିଲା ତାଲିବାନୀ । ପାଖାପାଖି ୭୦୦ରୁ ଅଧିକ ତାଲିବାନୀ ବିଦ୍ରୋହୀ ଗୋଷ୍ଠୀଙ୍କ ଦ୍ୱାରା ନିପାତ ହୋଇଥିବା ବେଳେ ୬୦୦ରୁ ଅଧିକ ତାଲିବାନୀ ଆତ୍ମସମର୍ପଣ କରିଥିବା ସୂଚନା ରହିଛି । ଏ ନେଇ ବିଦ୍ରୋହୀ ଗୋଷ୍ଠୀ ନିର୍ଦ୍ଧେଶ ଆଲିଆନ୍ସ ସୂଚନା ଦେଇଛି ।

ଏହାପୂର୍ବରୁ ପଞ୍ଜଶିର ନେତା ଅହମ୍ମଦ ମାସୁଦ କହିଥିଲେ ଯେ ମରିଯିବୁ ପଛେ ତାଲିବାନଙ୍କ ପାଖରେ ଆତ୍ମସମର୍ପଣ କରିବ ନାହିଁ । ପଞ୍ଜଶିରରେ ତାଲିବାନର ବିଦ୍ରୋହୀ ଗୋଷ୍ଠୀ ସୋଶିଆଲ ମିଡିଆର ଏକ ପୋଷ୍ଟ ଅନୁଯାୟୀ ତାଲିବାନ ସୈନ୍ୟମାନେ ବହୁ କ୍ଷତି ସହିବା ପରେ ପଞ୍ଚଶିର ଛାଡ଼ି ପଳାଉଛନ୍ତି, ଯେଉଁଥିରେ ସେ କହିଛନ୍ତି, ୭୦୦ରୁ ଅଧିକ ତାଲିବାନୀଙ୍କ ମୃତ୍ୟୁ ଘଟିଛି ଏବଂ ୬୦୦ରୁ ଅଧିକ ଆତ୍ମସମର୍ପଣ କରିବା ପରେ ଅଟକ ରଖାଯାଇ କାରାଗାରରେ ରଖାଯାଇଛି । ମାସୁଦ ଏହି ବାର୍ତ୍ତା ଜରିଆରେ କହିଛନ୍ତି, ଆମେ ଏବେ ବି ଆଗରେ ରହିଛୁ । ସବୁକିଛି ଯୋଜନା ମୁତାବକ ହେଉଛି । ଆମେ ସମଗ୍ର ପ୍ରାନ୍ତକୁ ନିୟନ୍ତ୍ରଣରେ ରଖିଛୁ ।

Leave a Reply

%d bloggers like this: