ହାତୀଦାନ୍ତ ଡିଲ୍ ବେଳେ ଧରିଲା କ୍ରାଇମବ୍ରାଞ୍ଚ

ହାତୀଦାନ୍ତ ଡିଲ୍ ବେଳେ ଧରିଲା କ୍ରାଇମବ୍ରାଞ୍ଚ


ହାତୀଦାନ୍ତ ଡିଲ୍ ବେଳେ ଧରିଲା କ୍ରାଇମବ୍ରାଞ୍ଚ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୫ : ହାତୀଦାନ୍ତ ଚୋରା ଚାଲାଣରେ କେନ୍ଦୁଝର, ଭୁବନେଶ୍ୱର ଓ ଭଦ୍ରକର ଲିଙ୍କ୍ । ହାତୀଦାନ୍ତ ମାଢ଼ି ବିକ୍ରି ପାଇଁ ଡିଲ୍ ବେଳେ ମାଡ଼ି ବସିଲା କ୍ରାଇମ୍ ବ୍ରାଞ୍ଚ । ରାତି ଅଧରେ ରେଡ୍ କରି ୫ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଖଇରା, ଭଦ୍ରକ ପୋଲିସ ଓ ଓପଦା ବନ ବିବାଗର ମିଳିତ ଉଦ୍ୟମରେ କ୍ରାଇମବ୍ରାଞ୍ଚ ରେଡ୍ କରିଥିଲା । ସେପଟେ ଏଭଳି ହାଇପ୍ରୋଫାଇଲ ଗ୍ୟାଙ୍ଗରେ ସାମିଲ ଥିବା ସମସ୍ତ ଅଭିଯୁକ୍ତ ଭଦ୍ରକ, ଓପଦାର ବୋଲି ଜଣାପଡ଼ିଛି ।

ଓପଦା ବ୍ଲକ ମହୁଲିଆଗଡ଼ିଆରୁ ବନମାଳୀ ସେଠୀ, ସୁହର୍ଶନ ମହାରଣା, ଅଜୟ ମୁଦୁଲି, ଖଇରା ଜେମାଦେଇପୁରର ବାବୁରାମ ପୃଷ୍ଟି, ଭଦ୍ରକ କାଦବରାଙ୍ଗର ନଟବର ଦାସଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଠାରୁ ଏକ କିଲୋ ୩ ଶହ ଗ୍ରାମ ଓଜନର ହାତୀ ଦାନ୍ତ ଓ ଦୁଇଟି ଛଅ କିଲୋକୁ ଅଧିକ ମାଢ଼ି ଜବତ କରିଛି ବନବିଭାଗ । ଯାହାର ଆନୁମାନିକ ମୂଲ୍ୟ ବଜାରରେ ୨ ଲକ୍ଷ ଟଙ୍କା ହେବ ବୋଲି ଜଙ୍ଗଲ ବିଭାଗ ଆକଳନ କରିଛି । ସେପଟେ ଘଟଣାକୁ ନେଇ ତହନ୍ତ ଆରମ୍ଭ କରିଛନ୍ତି କ୍ରାଇମ ବ୍ରାଞ୍ଚ ଜିଏସ୍‌ପି ।

Leave a Reply

%d bloggers like this: